ହୋଣ୍ଡା ଆକ୍ଟିଭା ୧୨୫ ସିସିର ଅପଡେଟ୍ ଭର୍ସନ ଲଞ୍ଚ ହୋଇଛି। ଏହାର ଆରମ୍ଭ ମୂଲ୍ୟ ୯୪,୪୨୨ ଟଙ୍କା(ଏକ୍ସ ଶୋ ରୁମ ମୂଲ୍ୟ ଦିଲ୍ଲୀ) ରଖାଯାଇଛି। ୨୦୨୫ ଆକ୍ଟିଭା ୧୨୫ରେ ୧୨୩.୯୨ ସିସି ସିଙ୍ଗଲ ସିଲିଣ୍ଡର ପିଜିଏମ୍-ଏଫ୍ ଆଇ(ପ୍ରୋଗ୍ରାମ ଫୁଏଲ ଇଞ୍ଜେକ୍ସନ) ଇଞ୍ଜିନ ଦ୍ୱାରା ସଂଚାଳିତ, ଯାହା ଓବିଡି୨ବି ଅନୁରୁପ ଭଳି ୬.୨୦ କିଲୋୱାଟ ପାୱାର ଏବଂ ୧୦.୫ ଏନ୍ଏମ ଟର୍କ ଉତ୍ପାଦନ କରିବ। ଏ ସମ୍ପର୍କରେ ଏଚ୍ଏମ୍ଏସ୍ଆଇର ଏମଡି/ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁଟୁସୁମୁ ଓଟାନୀ କହିଛନ୍ତି, ଆମେ ଅତ୍ୟନ୍ତ ଉଲ୍ଲସିତ ସହିତ ଆମର ନୂତନ ଓବିଡି୨ବି ନିୟାମକ ଅନୁରୂପ ଆକ୍ଟିଭା ୧୨୫ର ଶୁଭାରମ୍ଭ କରି ବେଶ ଉତ୍ସାହିତ ଅଛୁ। ଏପରିକି ଏହି ଅଧୁନାତନ ମଡ଼େଲଗୁଡ଼ିକର ପ୍ରଦର୍ଶନ ଗ୍ରାହକମାନଙ୍କ ସନୁଷ୍ଟୀକରଣ ପ୍ରତି ଆମର ବନବଦ୍ଧତାକୁ ଉପସ୍ଥାପିତ କରୁଛି। ଏଥିରେ ଟିଏଫଟି ଡିସପ୍ଲେ ତଥା ବ୍ଲୁଟୁଥ୍ ସଂଯୋଗୀକରଣ ଏବଂ ୧୨୫ ସିସି ସ୍କୁଟର ବିଭାଗ ଗୁଡ଼ିକୁ ନେଇ ଆମର ଲକ୍ଷ୍ୟ ହେଉଛି ଭାରତର ଗ୍ରାହକମାନଙ୍କ ଚାଳନାର ଅଭିଜ୍ଞତାକୁ ପୁନଃ-ନିର୍ଦ୍ଧାରଣ କରିବା। ତେବେ ନୂଆ ଅପଡେଟ୍ ଭର୍ସନ ସରକାରଙ୍କର ପ୍ରଦୂଷଣ ନିୟମ ଭିତରେ ତିଆରି ହୋଇଛି। ଏହା ବାଦ୍ ଏଥିରେ ଆଇଡିଲିଂ ଷ୍ଟପ୍ ସିଷ୍ଟମ, ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଲେ ଆପେ ଆପେ ବନ୍ଦ ହୋଇ ଯାଇ ଇନ୍ଧନ ବଞ୍ଚଇବା ଭଳି ଫେସିଲିଟି ଦିଆଯାଇଛି। ହୋଣ୍ଡା ଆକ୍ଟିଭା ୧୨୫ରେ ବର୍ତ୍ତମାନ ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଏକ ନୂଆ ୪.୨-ଇଞ୍ଚ୍ TFT ଡିସପ୍ଲେ, ହୋଣ୍ଡା ରୋଡ୍ସିନ୍ ଆପ୍ ସହିତ ଲଞ୍ଚ କରାଯାଇଛି।