ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ଏତଲା,ସହମତି ବିନା ଗର୍ଭାଶୟ ବାହାର କରିଥିବା ଅଭିଯୋଗ

ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି ।ତାଙ୍କ ସହମତି ବିନା ଅପରାଧିକ ଷଡ଼ଯନ୍ତ୍ରର ଅଂଶ ଭାବରେ ତାଙ୍କ ଗର୍ଭାଶୟ ବାହାର କରିଥିବା ଅଭିଯୋଗ କରିଛନ୍ତି ରଞ୍ଜନା। “ତାଙ୍କ ଅସୁସ୍ଥତାର ଚିକିତ୍ସା ଚାଲିଥିବା ସମୟରେ ତାଙ୍କ ଗର୍ଭାଶୟ କାଢ଼ିବା ବିଷୟରେ ଜାଣିବାକୁ ପାଇଥିଲେ” ବୋଲି ଦାବି କରିଛନ୍ତି ରଞ୍ଜନା। ଏନେଇ ତାଙ୍କ ଓକିଲ କରୁଣାକର ଝାଙ୍କ ସହ ମଙ୍ଗଳବାର ବିହାରର ସୁପୌଲ ସହରର ମହିଳା ପୁଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଛନ୍ତି ।ରଞ୍ଜନା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ୨୦୦୬ ମସିହାରେ ଯେତେବେଳେ ସେ ମୁମ୍ବାଇ ଯାଇଥିଲେ । ଉଦିତ ନାରାୟଣ ଏବଂ ଦୀପା ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ ଏବଂ ତାଙ୍କୁ ଘରକୁ ପ୍ରବେଶ କରିବାକୁ ମନା କରିଥିଲେ। ତା’ପରେ ସେ ନେପାଳରେ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, ଯେଉଁଠାରେ ତାଙ୍କ ସହିତ ଅସମ୍ମାନଜନକ ବ୍ୟବହାର କରାଯାଇଥିଲା ଏବଂ ତାଙ୍କୁ ଫେରିବାକୁ ବାଧ୍ୟ କରାଯାଇଥିଲା। ସେବେଠାରୁ ସେ ତାଙ୍କ ବାପାମାଆଙ୍କ ଘରେ ରହୁଛନ୍ତି। ସେ କହିଛନ୍ତି ଯେ ସେ ପୂର୍ବରୁ ସୁପୌଲ ପରିବାର କୋର୍ଟ ଏବଂ ମହିଳା କମିଶନରେ ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଅନୁଯାୟୀ, ଉଦିତ ନାରାୟଣ ଥରେ ତାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ ଏବଂ ସମାଧାନର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପରେ ତାଙ୍କର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିଲେ ଏବଂ ତାଙ୍କୁ କୌଣସି ଆର୍ଥିକ କିମ୍ବା ଅନ୍ୟ କୌଣସି ସହାୟତା ପ୍ରଦାନ କରିନଥିଲେ ।ଉଦିତଙ୍କ ଦ୍ୱିତୀୟ ବିବାହକୁ ନେଇ ରଞ୍ଜନାଙ୍କ ଦ୍ୱାରା ଏକ ମାମଲା ସୁପୌଲର ପରିବାର କୋର୍ଟରେ ବିଚାରାଧୀନ ଅଛି ଏବଂ ଶୁଣାଣି ଏପର୍ଯ୍ୟନ୍ତ ଚାଲିଛି ।ସେପଟେ ସୁପୌଲ ମହିଳା ପୁଲିସ ଷ୍ଟେସନ୍ ଇନଚାର୍ଜ ଅନୁ ତିୱାରୀ କହିଛନ୍ତି, ”ଏହା ଏକ ୩୦ ବର୍ଷ ପୁରୁଣା ମାମଲା । ଆମେ ଏହାର ତଦନ୍ତ କରିବୁ । ତଥ୍ୟ ଆଧାରରେ ମାମଲା ପଞ୍ଜିକୃତ କରାଯିବ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

You might also like