ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣା,ତଦନ୍ତ କମିଟି ଗଠନ
ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣାରେ ତଦନ୍ତ କମିଟି ଗଠିତ। ଏସସିବି ମେଡିକାଲ୍ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ ହୋଇଛି। କମିଟି ଘଟଣାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ସରୋଜ ତ୍ରିପାଠୀଙ୍କ ନେତୃତ୍ବରେ ଗଠିତ କମିଟିରେ ୨ ଆସୋସିଏଟ ପ୍ରଫେସର, ୨ ଆସିଷ୍ଟାଣ୍ଟ ପ୍ରଫେସର ସାମିଲ ଅଛନ୍ତି। ସେପଟେ ଏସ୍ସିବି ମେଡିସିନ୍ ଆଇସିୟୁରେ ସାଂଘାତିକ ଅବ୍ୟବସ୍ଥାର ଭିଡିଓ ଭାଇରାଲ୍ ପରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇସିୟୁ ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ଶୁଭେନ୍ଦୁ ଆଚାର୍ଯ୍ୟଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି। ତିନି ଜଣ ନର୍ସିଂ ଅଫିସରଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରମାଣ ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।