ଆଜି ପୁଣି କମିଗଲା ସୁନା ଓ ରୁପା ଦର
ଗତ କିଛି ଦିନ ହେଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ସୁନା ଓ ରୂପା ଦର । ପ୍ରତିଦିନ ଏହାର ଦର ନିର୍ଦ୍ଧାରଣ କରାଯାଇଥାଏ । ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୨,୩୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୯,୬୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୨,୩୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୯,୬୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୭୫,୦୦୦ ଟଙ୍କା ହୋଇଛି ।