ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ପ୍ରସାଦ ହିଁ ମହାପ୍ରସାଦ:ଗଜପତି ମହାରାଜା

ରାଜ୍ୟ କାହାଣୀ (ଭୁବନେଶ୍ୱର )ସବୁ ପ୍ରସାଦ ନୁହେଁ ମହାପ୍ରସାଦ। କେବଳ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ପ୍ରସାଦ ହିଁ ମହାପ୍ରସାଦ । ଆଉ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ ନୁହେଁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ।ଯେ କୌଣସି ଜଗନ୍ନାଥ ମନ୍ଦିରକୁ ଧାମ ବୋଲି କହିବା ଯେପରି ଭୁଲ, ସେପରି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ପ୍ରସ୍ତୁତ ମହାପ୍ରସାଦ ନୁହେଁ । ଅନ୍ୟ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ହେଉଛି ଜଗନ୍ନାଥ ପ୍ରସାଦ । ଦିଘା ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦକୁ ମହାପ୍ରସାଦ ନାଁରେ ଦିଆଯାଉଥିବା ଅତ୍ୟନ୍ତ ଦୁଃଖଦାୟକ ।ରଥଯାତ୍ରା ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜା ତେବେ ସେ ଆହୁରି କହିଛନ୍ତି ଯେ ଶୃଙ୍ଖଳିତ ପହଣ୍ଡି ଓ ନୀତି ପାଇଁ ରଥ ଉପରେ ମୋବାଇଲ ବ୍ୟବହାର ସମ୍ପୂର୍ଣ ନିଷିଦ୍ଧ ହେବା ଉଚିତ୍’ |ମହାପ୍ରଭୂୁଙ୍କ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଚଳିତ ବର୍ଷ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି କିଭଳି ଶୃଙ୍ଖଳିତ ହୋଇ ପାରିବ ସେନେଇ ଦଇତାପତି ସେବକଙ୍କ ସହ ଆଲୋଚନା ହୋଇଛି। ଚଳିତ ବର୍ଷ ନିର୍ଦ୍ଦିଷ୍ଟ ସଂଖ୍ୟକ ସେବକ ଶ୍ରୀଜିଉଙ୍କ ପହଣ୍ଡିରେ ରହିବେ। ପ୍ରଶାସନ ପକ୍ଷରୁ ଏନେଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ରଥ ଉପରକୁ କେହି ସେବାୟତ ମୋବାଇଲ ନ ନେବା ଉଚିତ୍। ପ୍ରଶାସନ ଏନେଇ ଯେଉଁ କଟକଣା ଜାରି କରିଛି ତାହା ସ୍ବାଗତଯୋଗ୍ୟ । ଯିଏ ବ୍ୟତିକ୍ରମ କରିବ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେବ।ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା କହିଛନ୍ତି, “ଇସ୍କନକୁ ବାରଣ ସତ୍ତ୍ୱେ ବାରମ୍ବାର ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ କରିବା ଦୁଃଖ ଦାୟକ। ଏହା ଦ୍ଵାରା ଜଗନ୍ନାଥ ସଂସ୍କୃତି ବିକୃତ ହେବା ସହ କୋଟି କୋଟି ଭକ୍ତଙ୍କୁ ମଧ୍ୟ ଆଘାତ ଦେଉଛନ୍ତି।

You might also like