କୋହଳ ହେବ କଏଦୀଙ୍କ ସଜା । 

ଭୁବନେଶ୍ୱର(ରାଜ୍ୟକାହାଣୀ) କୋହଳ ହେବ କଏଦୀଙ୍କ ସଜ୍ଜା । ଜେଲ୍‌ ପ୍ରତିଷ୍ଠା ଦିବସରେ ଜେଲ୍ ବିଭାଗ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।  ୪୦୦ କଏଦୀଙ୍କର କୋହଳ ହେବ ସଜ୍ଜା । ଜେଲ୍ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍‌ ହେବାକୁ ଯାଉଛି । ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ର‌ରେ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ଦିନର ସଜା କମାଇ ପାରିବେ। ସେହିପରି ଜେଲ୍‌ ଅଧୀକ୍ଷକ ୭ ଦିନର କାରାଦଣ୍ଡ କୋହଳ କରିପାରିବେ। ଏଥିପାଇଁ କଏଦୀଙ୍କର ବର୍ଷକର ଆଚରଣ ଉପରେ ନୀରିକ୍ଷଣ କରାଯିବ।  ୨୦୨୫ ଏପ୍ରିଲ୍‌ରେ ଦ୍ବିତୀୟ ପର୍ଯ୍ୟାୟ ଆଉ କିଛି  କଏଦୀଙ୍କୁ ଏହି ସୁବିଧା ମିଳିବ । ଏହା ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମର ଏକ ବଡ଼ କାମ । ଏହାଦ୍ବାରା କଏଦୀ ମାନେ ପୁଣି ଥରେ ସମାଜର ମୁଖ୍ୟ ସ୍ରୋତକୁ ଫେରିବେ ବୋଲି ଜେଲ୍ ଡିଜି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

11 + 14 =