ଭୁବନେଶ୍ୱର(ରାଜ୍ୟକାହାଣୀ) ୨୦ଟି ସ୍ଥାନରେ ହେବ ମେଟ୍ରୋ ଷ୍ଟେସନ । ମେଟ୍ରୋ ରେଳ ପ୍ରକଳ୍ପ ନେଇ ବିଧାନସଭାରେ ବିସ୍ତୃତ ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ଆସନ୍ତା ଚାରି ବର୍ଷ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।
୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରାଯିବ।ଭୁବନେଶ୍ୱର ବିମାନ ବନ୍ଦର, କ୍ୟାପିଟାଲ ହସ୍ପିଟାଲ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀ ବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିସଟ୍ରିକ୍ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ବାରଙ୍ଗ, ଫୁଲପୋଖରୀ, ତ୍ରିଶୁଳିଆ ଛକରେ ମେଟ୍ରୋ ଷ୍ଟେସନ ରହିବ । ବର୍ତମାନ ସୁଦ୍ଧା ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର ହୋଇଥିବା ବେଳେ ୨୦୨୪-୨୫ରେ ୧ ହଜାର କୋଟି ମଞ୍ଜୁର କରାଯାଇଛି।