ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର

ଭୁବନେଶ୍ୱର(ରାଜ୍ୟକାହାଣୀ) ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର ।  ଏହା ସହ ୩ ହଜାର ପାରା ମେଡିକାଲ ଷ୍ଟାଫ ମଧ୍ୟ ନିଯୁକ୍ତି ପାଇବେ ।  ଏନେଇ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର ।  ଆଜି ବିଧାନସଭାରେ ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।   ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ୨୦୧୪ ପରଠୁ ଯେତେସବୁ ଶହେ ବେଡ୍‌ ବିଶିଷ୍ଟ ମେଡିକାଲ କଲେଜ ଖୋଲିଛି ସେଥିପାଇଁ ୨୫୦ରୁ ୩୦୦ କୋଟି ଖର୍ଚ୍ଚ ହେଉଛି । ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବା ନେଇ ଗୃହରେ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । 

Leave A Reply

Your email address will not be published.

4 × two =