ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ(ରାଜ୍ୟ କାହାଣୀ) ବେଆଇନ ନିର୍ମାଣ ଉଚ୍ଛେଦ ବା ବୁଲଡୋଜର ଆକ୍ସନ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। କେବଳ ଦୋଷୀ କିମ୍ୱା ଅପରାଧିକ ମାମଲା ଆଧାରରେ କାହାର ଘର ଭଙ୍ଗାଯାଇପାରିବନି। ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ପୂର୍ବରୁ ନିରପେକ୍ଷ ବିଚାର ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ମୌଳିକ ଅଧିକାରକୁ ଅଗ୍ରାଧିକାର ସହ ଆଇନଗତ ଅଧିକାର ହାସଲ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ। କାର୍ଯ୍ୟନିର୍ବାହୀ ଜଣେ ବିଚାରପତି ହୋଇପାରିବେ ନାହିଁ କି ଅଭିଯୁକ୍ତକୁ ଦୋଷୀ ଘୋଷଣା କରି ତାଙ୍କ ଘର ଭାଙ୍ଗି ପାରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ଏହା ସ୍ପଷ୍ଟ ଯେ କ୍ଷମତାର ଅବାଧ ବ୍ୟବହାରକୁ ଅନୁମତି ଦିଆଯାଇପାରିବ ନାହିଁ। କିନ୍ତୁ ଯେତେବେଳେ ଜଣେ ନାଗରିକ ଆଇନ ଭଙ୍ଗ କରିଛନ୍ତି, ଆଇନ ଶୃଙ୍ଖଳା ରକ୍ଷା ତଥା ସେମାନଙ୍କୁ ବେଆଇନ କାର୍ଯ୍ୟରୁ ରକ୍ଷା କରିବା ପାଇଁ କୋର୍ଟ ରାଜ୍ୟ ଉପରେ ଦାୟିତ୍ୱ ଦେଇଛନ୍ତି। ଏହାକୁ ପାଳନ ନକରିବା ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ କ୍ଷୁର୍ଣ୍ଣ କରିପାରେ ଏବଂ ଅରାଜକତା ସୃଷ୍ଟି କରିପାରେ। କୋଠା ଭଙ୍ଗାଯିବାର 15 ଦିନ ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଭଙ୍ଗାଯିବାର କାରଣ ଏବଂ ଶୁଣାଣି ତାରିଖ ନିର୍ଦ୍ଧିଷ୍ଟ କରିବା ଜରୁରୀ। ତେବେ ଏହି ନିର୍ଦ୍ଦେଶନାମା ସାର୍ବଜନୀନ ସଡ଼କ, ରେଳଲାଇନ ପରି ସ୍ଥାନରେ ବେଆଇନ ନିର୍ମାଣ କୋଠା ପାଇଁ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Leave A Reply

Your email address will not be published.

six + fourteen =