‘ଏହା ତାଳପତ୍ର ଚିତ୍ର ଯାହା ବହୁ ପୁରୁଣା’ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ । ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଟେବୁଲ କ୍ୟାଲେଣ୍ଡର, ଫଟୋ କ୍ୟାଲେଣ୍ଡରରେ ରହିଛି ସମାନ ଚିତ୍ର । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି ।ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶିତ କ୍ୟାଲେଣ୍ଡର ତ୍ରୁଟି ସମ୍ପର୍କରେ ସ୍ପଷ୍ଟୀକରଣ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ” ଏହା ଏକ ତାଳପତ୍ର ଚିତ୍ର । ଯାହାକି ୩୦୦/୪୦୦ ବର୍ଷ ପୁରାତନ । ଶିଳ୍ପୀଙ୍କ ଦ୍ଵାରା ପ୍ରଦତ୍ତ ଚିତ୍ରକୁ କେବଳ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି । ଏ ଚିତ୍ରଟି ଶିଳ୍ପୀଙ୍କ କ୍ରିଏଟିଭିଟି ।” ଛପା ଯାଇଥିବା କ୍ୟାଲେଣ୍ଡରକୁ ପୁନଃ ପ୍ରକାଶିତ କରାଯିବ ନା ନାହିଁ ସେ ସମ୍ପର୍କରେ କୌଣସି ଉତ୍ତର ରଖିନାହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ଇଂରାଜୀ ନୂଆବର୍ଷ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଟେବୁଲ କ୍ୟାଲେଣ୍ଡର, ୱାଲ କ୍ୟାଲେଣ୍ଡର ଓ ଡାଏରୀ ତିଆରି କରାଯାଇଛି । କ୍ୟାଲେଣ୍ଡରକୁ ବିକ୍ରି ନିମନ୍ତେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି । ଏହି କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟିକୁ ଦେଖି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

You might also like