ଲକ୍ଷେ ଟଙ୍କା ପାର୍ ହୋଇ ସାରିଛି ସୁନା ଦର । ଏବେ ନିୟମିତ ବଢି ଚାଲିଛି ପୁଣି ଦାମ୍ । ଯାହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୦୧, ୦୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨ ହଜାର ୬୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୧, ୦୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୨ ହଜାର ୬୫୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୫,୮୧୦ ଟଙ୍କା ରହିଛି । ଗତକାଲି ଏହା ୭୫,୬୯୦ ଟଙ୍କା ଥିଲା । ଏଥିରେ ୧୨୦ ଟଙ୍କା ବୃଦ୍ଧି ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୧୨ , ୦୦୦ ଟଙ୍କା ହୋଇଛି ।
You might also like