ଭୁବନେଶ୍ୱର(ରାଜ୍ୟକାହାଣୀ) ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା’ ରାଧାରାଣୀ । ଏଥିପାଇଁ ପୁରୀ ସାକ୍ଷୀଗୋପାଳରେ ପ୍ରସ୍ତୁତି ଶେଷ ହୋଇଛି। କାଲି ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ପାହାନ୍ତିରୁ ସମସ୍ତ ନୀତିକାନ୍ତି ଓ ପାଳିଆ ସେବକଙ୍କ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବେ ।ଏଥିପାଇଁ ସମସ୍ତ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ କରାଯିବ । ଏହାପରେ ନଟବର ବେଶରେ ଦର୍ଶନ ଦେବେ ସାକ୍ଷୀଗୋପିନାଥ ଏବଂ ମା ରାଧାରାଣୀଙ୍କୁ ସୁନା ଅଳଙ୍କାରରେ ସଜ୍ଜିତ କରାଯିବ । ବର୍ଷକୁ ଥରେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ରାଧାରାଣୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ମନ୍ଦିର ଆଲୋକୀକରଣ ସହ ଚର୍ତୁପାର୍ଶ୍ବ ସଫେଇ କରାଯାଇଛି ।