ଧାରା ୩୭୦କୁ ନେଇ ଜମ୍ମୁ-କାଶ୍ମୀର ବିଧାନସଭାରେ ହଟ୍ଟଗୋଳ

ଧାରା ୩୭୦କୁ ନେଇ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହାତାହାତି। ସରକାରୀ ଦଳ ଓ ବିରୋଧୀ ଦଳ ବିଧାୟକଙ୍କ ମଧ୍ଯରେ ତୁମୁଳ ହଟ୍ଟଗୋଳ। ଅଧିକାଂଶ ବିଧାୟକ ନିଜ ଆସନରୁ ଉଠିଆସି ଗୃହର ମଧ୍ଯଭାଗରେ ହାତାହାତି ହେବା ସହ ପରସ୍ପରକୁ ଗାଳି କରିବା ଦେଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅବଦୁଲ୍ଲା ସରକାର ବୁଧବାର ବିଧାନସଭାରେ ଆର୍ଟିକଲ ୩୭୦ ଲାଗୁ ନିମନ୍ତେ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଯାହାକୁ ବାଚସ୍ପତି ଗୁରୁବାର ଗୃହୀତ କରିଛନ୍ତି। ଏହାକୁ ନେଇ ଗୃହରେ ଉପସ୍ଥିତ ବିଜେପି ବିଧାୟକମାନେ ସଦନରେ ହଟ୍ଟଗୋଳ କରିବା ସହ ସରକାର ବିରୋଧୀ ନାରା ଦେଇଛନ୍ତି।  ଜମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ରାଜ୍ୟରେ ବିଶେଷ ସ୍ଥିତି ବହାଲି ପାଇଁ ପ୍ରସ୍ତାବ ଉପସ୍ଥାପନା କରିଥିଲେ, ଯାହାକୁ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ରଦ୍ଦ କରିଦେଇଥିଲେ। ପ୍ରସ୍ତାବରେ କୁହାଯାଇଛି ‘ଏହି ବିଧାନସଭା ସ୍ୱତନ୍ତ୍ର ରାଜ୍ୟମାନ୍ୟତା ଓ ସାମ୍ବିଧାନିକ ଗ୍ୟାରେଣ୍ଟିର ମହତ୍ୱକୁ ପୁଷ୍ଟି କରୁଛି, ଯାହା ଜମ୍ମୁ-କାଶ୍ମୀର ଲୋକଙ୍କୁ ସେମାନଙ୍କ ପରିଚୟ, ସଂସ୍କୃତି ଓ ସେମାନଙ୍କ ଅଧିକାରଗୁଡିକୁ ରକ୍ଷା କରୁଛି ଓ ଏହାକୁ ଏତରଫା ଭାବେ ହଟା ଯାଇଥିବାରୁ ଉଦବେଗ ପ୍ରକାଶ କରୁଛି ’।   

Leave A Reply

Your email address will not be published.

twenty + 6 =