ଭୁବନେଶ୍ୱର(ରାଜ୍ୟକାହାଣୀ) ଆସନ୍ତା ଦୁଇଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।ଗୁରୁବାର ଓ ଶୁକ୍ରବାର ପୁରୀ, ଗଞ୍ଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଏବେ ରାଜ୍ୟ ବିଭିନ୍ନ ଅଞ୍ଚଳରେ ଶୁଖିଲା ପାଗ ରହିଥିବା ବେଳେ ଆଗକୁ କୁହୁଡି ସହିତ ଥଣ୍ତା ପଡ଼ିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ତେବେ ରାଜ୍ୟର ୧୫ ସହରର ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୬.୫ ଓ ନବରଙ୍ଗପୁରରେ ୧୬.୬ ଡିଗ୍ରୀ ରହିଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଅନୁଭୂତ ହେଲାଣି । ଦିନ ଠାରୁ ରାତିର ତାପମାତ୍ରା ଖସିବାରେ ଲାଗିଛି ।