ଭୁବନେଶ୍ୱର(ରାଜ୍ୟକାହାଣୀ) ଗଜପତିଙ୍କ ଚେତାବନୀ ପରେ ଚେତିଲା ଇସ୍କନ । ରଥଯାତ୍ରା କରି ଚଳାଇଥିବା ପ୍ରସ୍ତୁତିର କଲା ପରିବର୍ତ୍ତନ । ଗଜପତିଙ୍କ ଚେତାବନୀ ଓ ଚାରିଆଡୁ ବିରୋଧ ପରେ ନୂଆ ଡ୍ରାମା ଆରମ୍ଭ କରିଛି ଇସ୍କନ । ଏବେ ମହାପ୍ରଭୁଙ୍କ ରଥଯାତ୍ରା ପରିବର୍ତ୍ତେ ଶ୍ରୀଶ୍ରୀ ନିତାଇ ଗୌର ଓ ଶ୍ରୀଶ୍ରୀ କୃଷ୍ଣବଳରାମଙ୍କୁ ରଥରେ ବସାଇ ପରିକ୍ରମା କରିବାକୁ ଯୋଜନା କରିଛି । ଏନେଇ ଇସ୍କନ ତରଫରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା ଇସ୍କନ । ହେଲେ ଅଦିନରେ ମହାପ୍ରଭୁଙ୍କର ଏପରି ରଥଯାତ୍ରା ଆୟୋଜନକୁ ନାପସନ୍ଦ କରିଥିଲେ ଜଗନ୍ନାଥ ପ୍ରେମୀ । ଏପରିକି ଗଜପତି ମହାରାଜା ମଧ୍ୟ ଏ ସମ୍ପର୍କରେ ଇସ୍କନକୁ ଚିଠି ଲେଖିଥିଲେ । ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାର ଆୟୋଜନ ପ୍ରସଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ।