ଆମେରିକା ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଟ୍ରମ୍ପ ଆଉ ଥରେ ରାଷ୍ଟ୍ରପତି ହେବା ପକ୍କା ହେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ନଭେମ୍ବର ୬, ୨୦୨୪ରେ ସମ୍ବୋଧିତ କରିବେ। ଏଥି ସହିତ କମଲା ହାରିସ ଆସନ୍ତାକାଲି ଅର୍ଥାତ୍ ୭ ନଭେମ୍ବରାର ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିବେ।ଡୋନାଲ୍ଡ ଟ୍ରମ୍ପ ସଂଖ୍ୟାଗରିଷ୍ଠତା ପାଇବା ମାତ୍ରେ ଏଲ ସାଲଭାଡୋରର ରାଷ୍ଟ୍ରପତି ନୟିବ ବୁକେଲ ତାଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ …। ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କୁ ମାର୍ଗଦର୍ଶନ କରନ୍ତୁ।ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ତେବେ ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ୟୁଏସଏର ସମ୍ପର୍କ ନେଇ ଦୃଢ଼ ବୟାନ ଦେଇଥିଲେ । ସେ ଆମେରିକାର ରାଷ୍ଟ୍ରପତି ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ । ଦ୍ବିପାକ୍ଷିକ ସମ୍ପର୍କ ବଢ଼ିବ, ଏଥିପାଇଁ ଆମେରିକା ପ୍ରତିଶୃତିବଦ୍ଧ । ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ୍ ମିଡିଆରେ ଏଭଳି କିଛି କହିଛନ୍ତି ଡୋନାଲ୍ଟ ଟ୍ରମ୍ପ । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ନିଜର ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି । ତାଙ୍କ ପାର୍ଟି କ୍ଷମତାକୁ ଫେରିଲେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସଶକ୍ତ ହେବ ଏବଂ ଏହାକୁ ଆଗକୁ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ ।