ଭୁବନେଶ୍ୱର(ରାଜ୍ୟକାହାଣୀ)ଖୋର୍ଦ୍ଧା ଜିଲ୍ଲା ସାରୁଅସ୍ଥିତ ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଆଜି ଭୋରରୁ ସ୍ଥାନୀୟ ଲୋକେ ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ୪ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ସମୟ ପରିଶ୍ରମ କରିବା ପରେ ସେମାନେ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ତେବେ ଉକ୍ତ ସମୟରେ ଷ୍ଟୁଡିଓ ଭିତରେ କେହି କର୍ମଚାରୀ ନ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।