ଭୁବନେଶ୍ୱର(ରାଜ୍ୟକାହାଣୀ) ଦିନେ ଦୁଇ ଦିନରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା । କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ଜିଲ୍ଲାପାଳ। ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ଦାନା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଆସିଲା ପରେ , କେନ୍ଦ୍ରୀୟ ଟିମ ଆସି ବାତ୍ୟା କ୍ଷୟକ୍ଷତି ଆକଳନ କରିଥିଲେ । ରିପୋର୍ଟ ଅନୁଯାୟୀ ବାତ୍ୟା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩୦ ହାଜର ଟଙ୍କା କ୍ଷୟକ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକ୍ ମଧ୍ୟରୁ ୧୩୧ ବ୍ଲକ୍ ପ୍ରଭାବିତ ହୋଇଛି । ୧୧୬୩୭ ଗାଁ ପ୍ରଭାବିତ ହୋଇଛି । ୪୧ ଲକ୍ଷ ୪ ହାଜର ଲୋକ ପ୍ରଭାବିତ ହୋଇଛନ୍ତି । ୩,୬୨,୯୩୫.୩୭ ହେକ୍ଟର ଜମି ପ୍ରଭାବିତ ହୋଇଛି । ଫସଲ ପ୍ରଭାବିତ ଅଞ୍ଚଳ ୧,୭୨,୩୫୬.୮୧ ହେକ୍ଟର ଜମି । ୮,୨୯୨.୮୨ ଲକ୍ଷ ଫସଲ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ କ୍ଷତିପୂରଣ ଇନପୁଟ୍ ସବସିଡି ଭିତରକୁ ଆସିବ । ୮୭୮୫୫.୪୭ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି । ୮୨ କୋଟି ୯୨ ଲକ୍ଷ ୮୨ ହାଜର ଟଙ୍କାର ଫସଲ ନଷ୍ଟ ହୋଇଛି । ୧୬୪୧୭ ଘର ଆଂଶିକ ବା ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ୨୧ କୋଟି ୩୨ ଲକ୍ଷ ଟଙ୍କାର ଘର କ୍ଷତି ହୋଇଛି । । ବାତ୍ୟାରେ ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟା ଦାନା କ୍ଷୟକ୍ଷତି ରିପୋର୍ଟ ରାଜସ୍ୱ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରିପୋର୍ଟ ଦେଇଥିଲେ । ବାତ୍ୟା ଦାନା ରେ ରାଜ୍ୟରେ ପ୍ରଭାବ ପଡିଥିବାବେଳେ କିଛି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ପଡିଥିବାର ଦେଖିବାକୁ ମିଳିଥିଲା । ତାରି ଭିତରେ ସବୁଠୁ ବାଲେଶ୍ୱର ଓ ଭଦ୍ରକ କେନ୍ଦ୍ରାପଡାରେ ଅଧିକ କ୍ଷତି ଘଟି ହୋଇଛି|