ବଦଳିଲା ୩ ରାଜ୍ୟର ଉପ ନିର୍ବାଚନ ତାରିଖ

 ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ତାରିଖ ପରିବର୍ତ୍ତନ କରାଯାଇଛି। ଏହି ଆସନଗୁଡିକରେ ଭୋଟ ବର୍ତ୍ତମାନ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ହେବ। ସୂଚନା ଥାଉକି, ବିଭିନ୍ନ ପର୍ବପର୍ବାଣୀ ଯୋଗୁଁ ଉତ୍ତରପ୍ରଦେଶ, କେରଳ ଏବଂ ପଞ୍ଜାବର ଅନେକ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଲାଗି ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ଭାରତୀୟ ଜନତା ପାର୍ଟି (କଂଗ୍ରେସ), କଂଗ୍ରେସ, ବହୁଜନ ସମାଜ ପାର୍ଟି (ବିଏସପି), ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଏବଂ ଅନ୍ୟାନ୍ୟ ଜାତୀୟ ତଥା ରାଜ୍ୟ ସ୍ତରୀୟ ଦଳର ଅନୁରୋଧ କ୍ରମେ ଆୟୋଗ ତାରିଖ ବଦଳାଇଛନ୍ତି । ଯେଉଁ ଆସନଗୁଡିକର ଉପ-ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଛି, ସେଥିରେ କେରଳର ପଲକ୍କଡ ଆସନ ରହିଛି। ଏହା ବ୍ୟତୀତ ପଞ୍ଜାବର ଡେରା ବାବା ନାନକ, ଚାବୱାଲ, ଗିଦରବାହା ଏବଂ ବର୍ଣ୍ଣଲା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଛି। ଏହା ସହିତ ଉତ୍ତରପ୍ରଦେଶର ମିରାପୁର, କୁଣ୍ଡାର୍କି, ଗାଜିଆବାଦ, ଖୈର, କରହଲ, ସିସାମାଉ, ଫୁଲପୁର, କଟେହରୀ ଏବଂ ମଜଗୱାନରେ ମତଦାନ ତାରିଖ ପରିବର୍ତ୍ତନ କରାଯାଇଛି।

Leave A Reply

Your email address will not be published.

ten − 2 =