ଆଜି ମହାପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର। ତେଣୁ ଶ୍ରକ୍ଷେତ୍ର ପୁରୀ ସହ ରାଜ୍ୟର ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି । ସୋମବାର ଅବସରରେ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି।  ପୂଜକ ସମିତି ପକ୍ଷରୁ ଭୋର୍ ୪ ଟାରୁ ଦ୍ୱାର ଫିଟାଯାଇ ୧୦୮ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ନୀତି ସମାପନ ପରେ ସାଧାରଣ ର୍ଦଶନ ପାଇଁ ଦ୍ଵାର ଫିଟା ଯାଇଥିଲା । ଶୃଙ୍ଖଳିତ ର୍ଦଶନ ନିମନ୍ତେ ପ୍ରଶାସନ ପକ୍ଷରୁ ଧାଡି ର୍ଦଶନର ବ୍ୟବସ୍ଥା କରାଯାଇଛି ।ସେହିପରି ନୟାଗଡ଼ ଜିଲାର ଲଡୁବାବାଙ୍କ ପୀଠରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶରଣକୂଳରେ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.

11 − 9 =