ହୀରାକୁଦ ଜଳଭଣ୍ଡାରକୁ ଶିଳ୍ପବର୍ଜ୍ୟ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର(ରାଜ୍ୟକାହାଣୀ) ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍‌ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି। ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ହିଁ ପାଣିର ଉପାଦାନ ପ୍ରଭାବିତ ହେବାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି।ସେହିପରି ମହାନଦୀ ଉପର ମୁଣ୍ଡରୁ ନେଇ ଜଳ ଭଣ୍ଡାର ଯାଏ ନଈକୂଳରେ ରହିଥିବା ଚାଷ ଜମିରୁ ନାଇଟ୍ରୋଜେନ୍‌ଯୁକ୍ତ ସାର ଓ କୀଟନାଶକର ଅବଶେଷ ମଧ୍ୟ ଏହି ପାଣିରେ ମିଶୁଛି। ଯଦ୍ବାରା ଜଳଭଣ୍ଡାରର ପଟୁରେ ଭାରି ଧାତୁ ଜମା ହୋଇ ରହୁଛି। । ଏହାବ୍ୟତୀତ ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼ ଶିଳ୍ପ କରିଡରରେ ବାୟୁ ପ୍ରଦୂଷଣ ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତିତ ରହିଛନ୍ତି। ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ। ଆସନ୍ତା ୩ ଦିନ ମଧ୍ୟରେ ଆନ୍ତଃଜିଲା ସମନ୍ବୟ ବୈଠକ ବସିବ ବୋଲି ଓଡ଼ିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି |

Leave A Reply

Your email address will not be published.

nineteen + 3 =