ବନ୍ଧୁକ ଧରି ଆହାର କେନ୍ଦ୍ରକୁ ଆସିଥିଲା ଯୁବକ, ଗୋଡ଼ାଇ ଗୋଡ଼ାଇ ଧରିଲେ ଲୋକେ
ଭୁବନେଶ୍ୱର (ରାଜ୍ୟକାହାଣୀ )ବାଲେଶ୍ଵର ଜିଲ୍ଲା ସୋର ମେଡ଼ିକାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଖାଇବା ପାଇଁ ଆସିଥିବା ଜଣେ ଯୁବକଙ୍କ ନିକଟରୁ ବନ୍ଧୁକ ଜବତ । ଆହାର କେନ୍ଦ୍ରର ଜଣେ ମହିଳା କର୍ମଚାରୀ ଉକ୍ତ ଯୁବକ ଜଣଙ୍କୁପଛ ପଟେ କ’ଣ ରଖିଛ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ଯୁବକ ଜଣଙ୍କ ଖେଳନା ବନ୍ଧୁକ ବୋଲି କହିଥିଲେ । ମହିଳା ଜଣଙ୍କ ବନ୍ଧୁକଟି ଦେବାକୁ କହିବା ସହ ତାଙ୍କ ଠାରୁ ଛଡାଇ ନେଇଥିଲେ । ଏ ସମ୍ପର୍କରେ ପୋଲିସକୁ ଖବର ଦେବାରୁ ଉକ୍ତ ଯୁବକ ଜଣଙ୍କ ବନ୍ଧୁକ ଛାଡି ୧୦ ଫୁଟ ଉଚ୍ଚ ପାଚେରୀ ଡେଇଁ ଦୌଡି ପଳାଇ ଯାଇଥିଲା । ଅଭିଯୋଗ ପାଇବା ପରେ ସୋର ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି l ଡାକ୍ତରଖାନା ପଛରେ ଥିବା ବଣରେ ଯୁବକ ଜଣଙ୍କ ଲୁଚିଥିଲା । କିଛି ସ୍ଥାନୀୟ ଯୁବକ ବଣରୁ ମଣିପୁର ଅଞ୍ଚଳର ବାପୁନ ନାମକ ଯୁବକକୁ ଧରି ପୋଲିସ ଜିମା ଦେଇଛନ୍ତି । କାହିଁକି ବନ୍ଧୁକ ଧରି ଯୁବକଜଣକ ଆହାର କେନ୍ଦ୍ର ଆସିଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।