ଭୁବନେଶ୍ୱର(ରାଜ୍ୟକାହାଣୀ) ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ ଅଟେ । ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ ଯେ ଯାତ୍ରାରେ ଅଶ୍ଲୀଳତା ଯେମିତି ରହିବ ନାହିଁ କାରଣ ଏଠି ମହିଳାଙ୍କ ସହିତ ଛୋଟ ପିଲା ବି ଆସୁଛନ୍ତି । ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି, ବାର ଡାନ୍ସ ବି ଓଡ଼ିଆ ସଂସ୍କୃତି ବିରୋଧୀ। ସେଥିପାଇଁ ନିୟମ ଆସିଛି। ବାରରେ କେବଳ ଅକ୍ରେଷ୍ଟ୍ରା ହେବ ଏବଂ ଗୀତ ସଙ୍ଗୀତ ପରିବେଷଣ ହେବ।