ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (ରାଜ୍ୟକାହାଣୀ )ଧଉଳି ନଦୀପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ତୃତୀୟ ଅଭିଯୁକ୍ତ ହେଲା ସତ୍ୟ ପ୍ରକାଶ ହାତୀ ଓରଫ ଜୋକର୍ ହାତୀ। ତାକୁ ଗଞ୍ଜାମରୁ ଗିରଫ କରାଯାଇଥିବାର ସୂଚନା ରହିଛି। ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ କରାଯାଇଛି । ଗତ ୧୦ ତାରିଖ ଦିନ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ ତିନି ଜଣ ଅଭିଯୁକ୍ତ । ଯାହାର ମାଷ୍ଟରମାଇଣ୍ଡ ଥିଲା ଏହି ଜୋକର ହାପି । ମୁଖ୍ୟ ଅଭିଯୁକ୍ତ ଜୋକର ହାପି ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ଦୟା ନଦୀ ପଠାରେ ଯୁବତୀଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

You might also like