ହାଇକୋର୍ଟଙ୍କ ନିଷ୍ପତ୍ତି : ୨୦ରୁ କମ ପିଲା ଥିଲେ ସ୍କୁଲ ବନ୍ଦ 

ଭୁବନେଶ୍ୱର(ରାଜ୍ୟକାହାଣୀ)  ରାଜ୍ୟ ସରକାରଙ୍କ ସ୍କୁଲ  ନିଷ୍ପତ୍ତି କାଏମ ରଖିଥିଲେ ହାଇକୋର୍ଟ । ୨୦ରୁ କମ ପିଲା ଥିବା  ସ୍କୁଲକୁ ବନ୍ଦ କରି  ପାଖ ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ  କାଏମ  ରଖିଛନ୍ତି  । ତଥ୍ୟ ଅନୁଯାୟୀ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପଢ଼ୁଥିବା ସରକାରୀ ସ୍କୁଲକୁ ନିକଟସ୍ଥ ସ୍କୁଲ ସହିତ ମିଶ୍ରଣ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ସହିତ ୨୦ରୁ କମ୍ ପିଲା ଥିବା ସ୍କୁଲକୁ ନିକଟରେ ଥିବା ସ୍କୁଲ ସହ ମିଶ୍ରଣ ନେଇ  ୨୦୨୦, ମାର୍ଚ୍ଚ ମାସରେ ବିଜ୍ଞପ୍ତି ଜାରି କରିଥିଲା। ଏହାକୁ ବିରୋଧ କରି କିଛି ଅଭିଭାବକ ଓ କେତେକ ସ୍କୁଲର ପରିଚାଳନା ପରିଷଦ ବିରୋଧ କରିବା ଫଳରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ରଦ୍ଦ  କରିଥିଲେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ। ଏହାକୁ ବିରୋଧ କରି  ରାଜ୍ୟ ସରକାର ରିଟ ପିଟିସନ ଦାଖଲ କରିଥିଲେ । ଯାହା ଉପରେ ଗତକାଲି ଶୁଣାଣି କରି  ହାଇକୋର୍ଟ  ମୁଖ୍ୟ ବିଚାରପଚି ଜଷ୍ଟିସ  ଚକ୍ରଧାରୀ ଚରଣ ସିଂ  ଏବଂ ଜା୍‌ଟିସ  ଏମ ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ , ଜଣିକିଆ ବିଚାରପତିଙ୍କ ଆଦେଶକୁ ଖାରଜ  କରିବା ସହିତ  ସରକାରଙ୍କୁ ସ୍କୁଲ  ମିଶ୍ରଣ ନିଷ୍ପତ୍ତିକୁ  କାଏମ ରଖିଛନ୍ତି ।

Leave A Reply

Your email address will not be published.

2 + 13 =