ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି

ଭୁବନେଶ୍ୱର(ରାଜ୍ୟକାହାଣୀ) ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି । ଏହି ଦିନ ପୟାଶ୍ରାଦ୍ଧ ବି ପଡୁଛି । ଏଭଳି ସ୍ଥିତିରେ ଅନ୍ୟ ପାଞ୍ଜିରେ ଅକ୍ଟୋବର ୩୧ରେ ଦୀପାବଳି ପଡୁଛି ବୋଲି ଉଲ୍ଲେଖ ହେବା ଲୋକଙ୍କୁ ବିଭ୍ରାନ୍ତିରେ ପକାଉଛି । ପୂର୍ବରୁ ଦୁର୍ଗାପୂଜାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଏବେ ଦୀପାବଳିକୁ ନେଇ ଦ୍ବନ୍ଦ୍ବ ଉପୁଜୁଛି। ଏଭଳି ଦ୍ବନ୍ଦ୍ବ ଭିତରେ ପେଷି ହୋଇ ଯାଉଛନ୍ତି ସାଧାରଣ ଜନତା। ଫଳସ୍ବରୂପ ତିଥି, ନକ୍ଷତ୍ର ଆଦି ଗଣତିକୁ ନେଇ ପାଞ୍ଜି ଓ ପାଞ୍ଜିକାରଙ୍କ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି।ଏଣୁ ଶ୍ରୀମନ୍ଦିରରେ ଯେଉଁ ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ ହେଉଛି, ତାହା ସର୍ବମାନ୍ୟ ଓ ଏହାକୁ ସମସ୍ତେ ମାନି ଦୀପାବଳି ପାଳନ କରିବା ଜରୁରୀ ।  ୩୧ ତାରିଖ ଅପରାହ୍ନରେ ପ୍ରଦୋଷ ସମୟ ରହୁଥିବା ବେଳେ ପ୍ରତ୍ୟୁଷ ସମୟରେ ଅମାବାସ୍ୟା ରହୁ ନଥିବାରୁ ସେହିଦିନ କେବଳ ଶ୍ୟାମାକାଳୀ ପୂଜା କରାଯିବ ।

ତେବେ ନଭେମ୍ବର ୧ ତାରିଖରେ ଉଭୟ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିବା ଯୋଗୁ ସେହିଦିନ ପୟା ଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯିବ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି ।

Leave A Reply

Your email address will not be published.

seventeen − 7 =