ୟୁଟ୍ୟୁବର୍ ଦମ୍ପତି, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅପଲୋଡ୍‌ କରିଥିଲେ ବିଦାୟୀ ଭିଡିଓ

କେରଳରେ ବନ୍ଦ ଘରୁ ମିଳିଲା ଲୋକପ୍ରିୟ ୟୂଟ୍ୟୁବର ଦମ୍ପତିଙ୍କ ମୃତଦେହ। ଫୋନ ନଉଠାଇବାରୁ ପୁଅ ଘରେ ପହଞ୍ଚି କବାଟ ଖୋଲିବା ପରେ ମାତାପିତାଙ୍କ ମୃତ‌ଦେହ ପଡ଼ିଥିବା ଦେଖିଥିଲେ । ତେବେ ଦୁହେଁ ଜୀବନ ହାରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି, ତାହା ସାମ୍ନାକୁ ଆସିନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏହି ଦମ୍ପତି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଅପଲୋଡ୍ କରିଥିଲେ, ଯେଉଁଥିରେ ମାଲାୟାଲମ୍ ଗୀତ ‘ବିଦା ପରୟୁକେନନ ଜନମ’(ମୃତ୍ୟୁର ଅନ୍ତିମ ଯାତ୍ରା) ଶୁଣିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଯେ, ଉଭୟ ମୃତ୍ୟୁ ପୂର୍ବରୁ ହିଁ ଆତ୍ମହତ୍ୟାର ସଙ୍କେତ ଦେଇଥିଲେ।ମୃତକମାନେ ହେଲେ ୩୭ବର୍ଷୀୟ ପ୍ରିୟା ଏବଂ ତାଙ୍କ ସ୍ୱାମୀ ୪୫ବର୍ଷୀୟ ସେଲଭରାଜ |

ମିଳିଥିବା ସୂଚନା ମୁତାବକ, ପାଖାପାଖି ୧୯ହଜାର ସବସ୍କ୍ରାଇବର ସହିତ ସେମାନେ ‘ସେଲୁ ଫ୍ୟାମିଲି’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିଲେ | ଏର୍ନାକୁଲମର ଘରୋଇ ନର୍ସିଂର ପ୍ରଶିକ୍ଷଣ ନେଉଥିବା ଦମ୍ପତିଙ୍କ ପୁଅ, ଶୁକ୍ରବାର ରାତିରେ ଫୋନରେ ସେମାନଙ୍କ ସହ କଥା ହୋଇଥିଲେ। ଶନିବାର ସକାଳୁ ପ୍ରିୟା ଓ ସେଲଭରାଜଙ୍କୁ ଫୋନ କରିବା ପରେ ବି ସେମାନେ ନଉଠାଇବାରୁ ତାଙ୍କ ପୁଅ ସେମାନଙ୍କୁ ଦେଖା କରିବାକୁ ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ସେ ତାଙ୍କ ମା’ଙ୍କୁ ଖଟ ଉପରେ ମୃତ ଅବସ୍ଥାରେ ପଡ଼ିଥିବାର ଦେଖିବା ସହ ତାଙ୍କ ପିତାଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ। ତେବେ  ଉଭୟଙ୍କ ସମ୍ପର୍କୀୟ କହିଛନ୍ତି ଯେ, ଦମ୍ପତି ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ଏବଂ ଗତ ବର୍ଷ ଝିଅ ବାହାଘର କରିବା ପରେ ସେମାନଙ୍କ ଆର୍ଥିକ ସମସ୍ୟା ବଢିଯାଇଥିଲା।

Leave A Reply

Your email address will not be published.

fifteen + sixteen =