ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷରେ ଜିଡିପି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିବା ସମ୍ଭାବନା 

 କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ ବା ଜିଡିପି  ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକଳନ କରାଯାଇଛି। ଆର୍ଥିକ ସର୍ଭେ ହେଉଛି କେନ୍ଦ୍ର ବଜେଟ ପୂର୍ବରୁ ଅର୍ଥନୀତିର ସ୍ଥିତି ସମୀକ୍ଷା କରିବା ପାଇଁ ସରକାରଙ୍କ ଦ୍ୱାରା ଉପସ୍ଥାପିତ ଏକ ବାର୍ଷିକ ଦସ୍ତାବିଜ। ଏହି ଡକ୍ୟୁମେଣ୍ଟ ଅର୍ଥନୀତିର କ୍ଷୁଦ୍ରରୁ ମଧ୍ୟମକାଳୀନ ସମ୍ଭାବନାକୁ ଦର୍ଶାଏ। ଅର୍ଥନୈତିକ ସର୍ଭେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ତତ୍ତ୍ୱାବଧାନରେ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଏ।କରୋନା ମହାମାରୀ ସମୟରେ ସାରା ବିଶ୍ଵର ଆର୍ଥିକ ଅବସ୍ଥା ଖରାପ ହୋଇଥିବାବେଳେ ଭାରତ ଉପରେ ତାହାର ବିଶେଷ ପ୍ରଭାବ ପଡ଼ି ନ ଥିଲା। ମହାମାରୀ ପରେ ଜିଡିପି ଅଭିବୃଦ୍ଧି ସକାରାତ୍ମକ ରହିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୮.୭% ରହିଥିବାବେଳେ ୨୦୨୨-୨୩ରେ ୭.୨% ଏବଂ ୨୦୨୩-୨୪ରେ ୮.୨% ରହିଥିଲା। କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ୬.୩%କୁ ଖସିଆସିବା ନେଇ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।

Leave A Reply

Your email address will not be published.

4 + three =