ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ଘରୋଇ ସକଳ ଉତ୍ପାଦ (ଜିଡିପି)ରେ ଗତ ୪ ବର୍ଷରେ ସବୁଠୁ କମ ଦେଖିବାକୁ ମିଳିପାରେ । ସରକାରୀ ଡାଟା ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ମୁଖ୍ୟତଃ ବିନିର୍ମାଣ ଏବଂ ସେବା କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) କୋଭିଡ୍ ବର୍ଷ (୨୦୨୦-୨୧) ପରଠାରୁ ସର୍ବନିମ୍ନ ହେବାକୁ ଯାଉଛି। କୋଭିଡ୍ ବର୍ଷରେ ଜିଡିପି ଅଭିବୃଦ୍ଧି ୫.୮ ପ୍ରତିଶତ ଥିବାବେଳେ ୨୦୨୧-୨୨ରେ ୯.୭%, ୨୦୨୨-୨୩ରେ ୭% ଏବଂ ୨୦୨୪ ମାର୍ଚ୍ଚରେ ଶେଷ ହୋଇଥିବା ପୂର୍ବ ଆର୍ଥତ୍କ ବର୍ଷରେ ୮.୨% ରହିଥିଲା।ଆରବିଆଇ ଆର୍ଥିକ ବର୍ଷ ୨୦୨୪-୨୫ରେ ଜିଡିପି ୬.୬ ପ୍ରତିଶତ ରହିବା ନେଇ ଅନୁମାନ କରିଛି ।ଏହା ବ୍ୟତୀତ ଗ୍ରସ୍ ଭାଲ୍ୟୁ ଏଡେଡ୍ (ଜିଭିଏ)ର ଆନୁମାନିକ ବୃଦ୍ଧି ହାର ବି ୨୦୨୪-୨୫ରେ ହ୍ରାସ ପାଇ ୬.୪% ହୋଇଛି, ଯାହା ପୂର୍ବ ବର୍ଷ ୨୦୨୩-୨୪ରେ ୭.୨ ପ୍ରତିଶତ ରହିଥିଲା । ଜିଡିପି ପରି ଜିଭିଏ ବି ୨୦୨୦-୨୧ ଆର୍ଥିକ ବର୍ଷ ପରେ ସବୁଠୁ ନିମ୍ନ ସ୍ତରରେ ରହିଥିଲା । ଆଲୋଚ୍ୟ ବର୍ଷରେ ଜିଭିଏ -୪.୧ ପ୍ରତିଶତ । ନୋମିନାଲ ଜିଭିଏ ୧୬୮.୯୧ ଲକ୍ଷ କୋଟି ଟଙ୍କା ରହିବା ନେଇ ଅନୁମାନ କରାଯାଉଥିଲା, ଯାହା ଗତ ବର୍ଷ ୧୫୮.୭୪ ଲକ୍ଷ କୋଟି ଟଙ୍କା ଥିଲା । ଉଲ୍ଲେଖଯୋଗ୍ୟ ଯେ ଜିଭିଏରୁ କୌଣସି ଅର୍ଥନୀତିରେ ହେବାକୁ ଥିବା ମୋଟ ଉତ୍ପାଦ ଏବଂ ଆୟ ଜଣାପଡ଼ିଥାଏ ।