ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିଖବର । ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’ । ୬୦(କ) ଖୁଆଡର ରହୁଥିବା ସିମ୍ପାଞ୍ଜି ‘ରାକ୍ଷୀ’ ଶାବକ ଜନ୍ମ ଦେଇଛି । ଜନ୍ମିତ ଶାବକକୁ ମିଶାଇ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୮ରେ ପହଞ୍ଚିଛି ।ପ୍ରକାଶ ଥାଉକି, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୯୯୪ ମସିହାରେ ସିଙ୍ଗାପୁରରୁ ଏକ ମାଈ ଏବଂ ଅଣ୍ଡିରା ସିମ୍ପାଞ୍ଜି ଅଣାଯାଇଥିଲା। ୨୦୧୧ରେ ସେମାନେ ଦୁଇଟି ଶାବକ ଜନ୍ମ ଦେଇଥିଲେ।
ନୂଆବର୍ଷକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ଏହି ସିମ୍ପାଞ୍ଜି ଶାବକ ଜନ୍ମ ନେବା ଖବର ସାମନାକୁ ଆସିଛି।