ଭୁବନେଶ୍ୱର(ରାଜ୍ୟକାହାଣୀ) ଅଦିନିଆ ବର୍ଷା ପାଇଁ ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇବେ ରାଜ୍ୟ ସରକାର। ସେହିପରି ଆବେଦନ ସମୟ ଆଉ ଦିନେ ବୃଦ୍ଧି ହୋଇଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସୁଦ୍ଧା ଚାଷୀଙ୍କ କ୍ଷୟକ୍ଷତି ସମ୍ପର୍କରେ ଆବେଦନ ପାଇଁ କୁହାଯାଇଥିଲା। ଗତକାଲି ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ବୁଲି ଦେଖିଥିଲେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ। ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ଗାଁ ବୁଲି ସରଜମିନ ତଦନ୍ତ କରାଯାଇଛି ।୩ ଜିଲ୍ଲା ସମେତ ରାଜ୍ୟର ଅନେକ ଜିଲ୍ଲାରେ ଫସଲ କ୍ଷତି ହୋଇଛି । ସ୍ଥିତି ଅନୁଧ୍ୟାନ ପରେ ଫସଲ କ୍ଷୟକ୍ଷତି ଆକଳନର ଅବଧି ଆଉ ଗୋଟିଏ ଦିନ ବଢିଛି । ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସଠିକ୍ ଆକଳନ ପରେ କ୍ଷତିପୂରଣ ମିଳିବ। ବୀମାଭୁକ୍ତ ନଥିଲେ କିପରି ସାହାଯ୍ୟ ପାଇବେ, ସେନେଇ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।