ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା ଆଦିତ୍ୟ କେୟାର ମେଡିକାଲ ହଲ ପକ୍ଷରୁ ପାଟଣା ବ୍ଲକ ପରିସରରେ ମାଗଣା ସ୍ୱାସ୍ତ୍ୟସେବା ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିର ରେ ଡାଇବେଟିସ୍ ଓ ବ୍ଲଡ ପେସର ରୋଗ ବିଶେଷଜ୍ଞ ଡା. ସମ୍ବିତ କୁମାର ପାଳ ଶିବିରକୁ ଉଦଘାଟନ କରି ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଏହି ଅବସରରେ ସାମ୍ବାଦିକ ବିଜୟ ରତ୍ନ ପତି, ବିଜୟ କୁମାର ମହାନ୍ତ, ଯୁଗଳ କିଶ୍ୱର ଦାଶ୍ ,ଦୃଗା ଚରଣ ନାଏକ, ସରଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ଶତାଧିକ ରୋଗୀଙ୍କୁ ଚିକିତ୍ସା ଓ ଔଷଧ ପ୍ରଧାନ କରାଯାଇଥିଲା । ଶିବିରକୁ ଆସିଥିବା ସମସ୍ତ ରୋଗୀଙ୍କୁ ବିନା ମୂଲ୍ୟରେ ରକ୍ତ ପରୀକ୍ଷା କରାଯାଇଥିଲା । ଏଥି ସହିତ ଏହିପରି ରୋଗୀ ମାନଙ୍କୁ ଆଗାମୀ ଦିନରେ ଗ୍ରାମାଞ୍ଚଳ ଗୁଡିକରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଲୋକମାନଙ୍କୁ ସଚେନତା କରାଇବେ ବୋଲି ଡା. ନିର୍ମଳ ମଣ୍ଡଳ ସୂଚନା ଦେଇଛନ୍ତି।