ଗୁଜରାଟରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମନାକୁ ଆସିଛି। ଗାନ୍ଧୀନଗରରେ ପାୟଲ ନାମ୍ନୀ ଜଣେ ଯୁବତୀ ବିବାହର ୪ ଦିନ ପରେ ନିଜ ସ୍ବାମୀ ଭାବିକଙ୍କୁ ହତ୍ୟା କରିଛନ୍ତି। ଗୁଜରାଟର ଗାନ୍ଧୀନଗରରେ ଅହମଦାବାଦର ଭାବିକ, ଗାନ୍ଧୀ ନଗରର ପାୟଲଙ୍କୁ ବିବାହ କରିଥିଲେ। ବିବାହର ୪ ଦିନ ପରେ ପତ୍ନୀକୁ ଆଣିବାକୁ ଶ୍ୱଶୁର ଘରକୁ ଯାଇଥିଲେ ଭାବିକ୍। ହେଲେ ଆଉ ଫେରି ନଥିଲେ। ପ୍ରେମିକ ସହ ଷଡ଼ଯନ୍ତ୍ର କରି ସ୍ୱାମୀକୁ ଜୀବନରୁ ଶେଷ କରିଦେଲା ପତ୍ନୀ ପାୟଲ।
ଗାନ୍ଧୀନଗର ପୁଲିସର ସୂଚନା ଅନୁସାରେ, ପାୟଲ ତା’ର ଜଣେ ସମ୍ପର୍କୀୟ ଭାଇଙ୍କୁ ଲୁଚି ଲୁଚି ପ୍ରେମ କରୁଥିଲେ। ତାଙ୍କୁ ବିବାହ କରିବାକୁ ଚାହିଁଥିଲେ। ହେଲେ ପରିବାର ଲୋକେ ତାଙ୍କ ଇଚ୍ଛା ବିରୋଧରେ ପାୟଲଙ୍କ ବିବାହ ଭାବିକଙ୍କ ସହ କରାଇ ଦେଇଥିଲେ। ଯାହାକୁ ପାୟଲ ଗ୍ରହଣ କରି ନଥିଲେ | ନିଜ ପ୍ରେମିକ ସହ ମିଶି ସ୍ୱାମୀ ଭାବିକଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ |ତେବେ ପାୟଲଙ୍କୁ ନେଇ ଭାବିକ ଘରକୁ ନ ଫେରିବାରୁ ଶନିବାର ରାତିରେ ଭାବିକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପାୟଲଙ୍କୁ ନ ନେଇ ଭାବିକ ଚାଲି ଯାଇଥିବା କଥା ପାୟଲଙ୍କ ପରିବାର ଲୋକେ ପୋଲିସକୁ କହିଥିଲେ। ତେବେ ବିବାହ ମାତ୍ର ୪ ଦିନ ତଳେ ହୋଇଥିବାରୁ ପୋଲିସ ପାୟଲଙ୍କ ଉପରେ ସନ୍ଦେହ କରି ତାଙ୍କୁ ପଚରାଉଚରା କରିଥିଲା। ପୋଲିସର ଚାପରେ ପାୟଲ ନିଜ ଦୋଷ ସ୍ବୀକାର କରିଥିଲେ। ତାଙ୍କ ପ୍ରରୋଚନାରେ ସମ୍ପର୍କୀୟ ଭାଇ କଳ୍ପେଶ ଓ ୨ ସହଯୋଗୀ ଭାବିକଙ୍କୁ ଅପହରଣ କରି ହତ୍ୟା କରିଥିବା ପାୟଲ କହିଥିଲେ। ଘଟଣାକୁ ନେଇ ରବିବାର ଗାନ୍ଧୀନଗର ପୋଲିସ ପାୟଲ, କଳ୍ପେଶ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି।