ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ; ମ୍ୟାଜିକ୍ ନମ୍ବର ମୁହାଁ ରିପବ୍ଲିକାନ୍ ପାର୍ଟି

ବିଶ୍ବର ସବୁଠୁ ପାୱାରଫୁଲ ଦେଶ ଆମେରିକା ନିର୍ବାଚନ ଶେଷ ହୋଇଛି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ହାରିସଙ୍କ ଆଗରେ ରହିଛନ୍ତି ଟ୍ରମ୍ପ । ୨୭୦ ମ୍ୟାଜିକ୍ ନମ୍ବର ନିକଟତର ହେଉଛି ରିପବ୍ଲିକାନ ପାର୍ଟି । ଡୋନାଲ୍ଡ ଟ୍ରମ୍ପ ୧୯୮ ଇଲେକ୍ଟ୍ରୋରାଲ୍ କଲେଜ ସହ ଆଗରେ ରହିଥିବାବେଳେ କମଲା ହାରିସ୍ ମାତ୍ର ୧୦୯ ଆସନରେ ଆଗରେ ରହିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ପ୍ରତୀକ ହାତୀ ବର୍ତ୍ତମାନ ଦ୍ରୁତ ଗତିରେ ଚାଲୁଛି। ଏଥି ସହିତ କମଲା ହାରିସଙ୍କ ଡେମୋକ୍ରାଟ୍ ପାର୍ଟିର ପ୍ରତୀକ ଥିବା ଗଧ ଧୀରେ ଧୀରେ ଗତି କରୁଥିବା ଜଣାପଡିଛି।

ପ୍ରାରମ୍ଭିକ ଭାବେ ଆମେରିକାର ୮ ରାଜ୍ୟରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ପରେ ମୋଟି ୫୦ଟି ରାଜ୍ୟ ସାମିଲ ହୋଇଥିଲା। ଯେଉଁଥିରେ ସ୍ୱିଙ୍ଗ୍ ଷ୍ଟେଟ୍ ଆରିଜୋନା ଏବଂ ୱିସକନସିନ୍ ରହିଛି। ମେରିଲ୍ୟାଣ୍ଡରେ ଲୋକେ ମତଦାନ ପାଇଁ ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା। ଦେଶରେ ପରିବର୍ତ୍ତନ ପାଇଁ ଭୋଟ୍ ଦେବାକୁ ଆସିଥିବା କହିଛନ୍ତି କିଛି ଭୋଟର।

Leave A Reply

Your email address will not be published.

19 + sixteen =