ଗୌତମ ଆଦାନୀଙ୍କ ଆପ୍‌ରେ ସବୁ ସୁବିଧା ଉପଲବ୍ଧ 

ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି ଆପ୍‌ ଲଞ୍ଚ ହୋଇଛି ଯାହାଦ୍ୱାରା ଆପଣ ଶସ୍ତାରେ ଟ୍ରେନ୍‌, ବସ୍‌ ଓ ବିମାନ ଟିକେଟ୍‌ ବୁକିଂ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ପ୍ରିମିୟମ ଚାର୍ଜ ଦେବାକୁ ପଡିବନାହିଁ। ଏହି ଆପ୍‌ର ନାଁ ହେଉଛି ଆଦାନୀ ଓ୍ବାନ ଆପ୍‌। ଏଥିରେ ଆପଣ ଟିକେଟ୍‌ ବୁକ୍‌ିଂ କରିବା ସହ ବିଭିନ୍ନ ଅଫର୍‌ର ମଧ୍ୟ ଫାଇଦା ଉଠାଇପାରିବେ। ଆଉ ଯାତ୍ରାବେଳେ ଖାଦ୍ୟ ଅର୍ଡର କରି ମଧ୍ୟ ଖାଇପାରିବେ। ଆଦାନୀ ଓ୍ବାନ ଆପ୍‌କୁ ଆଣ୍ଡ୍ରଏଡ କିମ୍ବା ଆଇଓଏସରେ ମଧ୍ୟ ଡାଉଡ଼ଲୋଡ କରିପାରିବେ।ତେଣୁ ଏଥିପାଇଁ ପ୍ରଥମେ ଆଦାନୀ ଓ୍ବାନ୍‌ ଆପ୍‌କୁ ଯିବାକୁ ପଡ଼ିବ। ଏହାପରେ ଆପଣଙ୍କୁ ଅପ୍ସନ ଦେଖିବାକୁ ପଡ଼ିବ। ଏଠାରେ ଆପଣ ଯାହା ହାସଲ କରିବାକୁ ଚାହୁଁଛନ୍ତି ତାହା ଯାଞ୍ଚ କରିବାକୁ ପଡ଼ିବ। ଯଦି ଆପଣ ବିମାନ ଟିକେଟ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଫ୍ଲାଇଟ୍ ଅପ୍ସନକୁ ଯିବାକୁ ପଡ଼ିବ। ଯଦି ଆପଣ ଟ୍ରେନ୍ ଟିକେଟ୍ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଟ୍ରେନ୍ ଅପ୍ସନକୁ ଯିବାକୁ ପଡ଼ିବ। ଅନ୍ତର୍ଜାତୀୟ ବିମାନ ଟିକେଟ ବୁକିଂରେ ଆପଣ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ।ଏହାର ଉଭୟ ଆପ୍ ଏବଂ ୱେବସାଇଟ୍ ଉପଲବ୍ଧ ଏବଂ ଆପଣ ଏହାର ସାହାଯ୍ୟରେ ସମଗ୍ର ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ।

Leave A Reply

Your email address will not be published.

4 × five =