ନବମ ଶ୍ରେଣୀ ଛାତ୍ର ଶ୍ରୀତମ ନାୟକ ମୃତ୍ୟୁ ଘଟଣା:ସିବିଆଇ ତଦନ୍ତ ଦାବି ଜୋର୍ ଧରିଲା

ନାଉଗାଁ(ରାଜ୍ୟକାହାଣୀ):ନବମ ଶ୍ରେଣି ଛାତ୍ର ଶ୍ରୀତମ ନାୟକ ଙ୍କ ମୃତ୍ୟୁ ଘଟଣା ଏବେ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି | ମୃତ୍ୟୁ ଘଟଣା ରୁ ଅଦ୍ୟାବଧି ନାଉଗାଁ ପୋଲିସ ପରଦା ହଟାଇ ପାରୁନଥିବା ବେଳେ ଏହା ଆନ୍ଦୋଳନ ଆଡକୁ ଗତି କରି ବସିଲାଣି| ଗତ ଅକ୍ଟୋବର ୨ ତାରିଖ ରବିବାର ସ୍ତାନୀୟ ଜଗତ୍ସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସୁଦ୍ଧକଁଠି ବିଦ୍ୟାଳୟ ପରିସର ମଧ୍ୟରେ ହୋଇଥିବା ଶ୍ରୀତମ ନାୟକ ଙ୍କ ମୃତ୍ୟୁ ଘଟଣା ର ସିବିଆଇ ତଦନ୍ତ ଗତକାଲି ଶ୍ରୀତମ ଙ୍କ ପୈତୃକ ଗ୍ରାମ ଘୋଡାଂଶ ଗ୍ରାମ ର ଲୋକ ମାନେ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ଙ୍କ ନେତୃତ୍ଵରେ କ୍ୟାଣ୍ଡେଲା ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ଏହି ଆନ୍ଦୋଳନ ଘୋଡାଂଶ ରୁ ଯାଇ ସ୍ତାନୀୟ ରୋହିଆ ଗ୍ରାମ ପଞ୍ଚାୟତ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପହଂଚିଥିବା ଦେଖିବାକୁ ମିଳିଛି| ସ୍କୁଲ ଖୋଲିବା ମାତ୍ରେ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଶ୍ରୀତମ ଙ୍କ ମୃତ୍ୟୁ ଘଟଣା ର ସିବିଆଇ ତଦନ୍ତ ଦାବି କରିଛନ୍ତି|

ଶ୍ରୀତମ ଙ୍କ ମୃତ୍ୟୁ ଘଟଣା ରେ ଛୋଟ ଛୋଟ ପିଲା ମାନେ ଆନ୍ଦୋଳନ କୁ ଓହ୍ଲାଇ ଆସୁଥିବା ବେଳେ ଏହା ଆଗକୁ ଆହୁରି ଉଗ୍ର ରୂପ ଧାରଣ କରିବ ବୋଲି ଆଲୋଚନା ହେଉଛି| ସେପଟେ କେବଳ ଛୋଟ ପିଲା କି ଗାଁ ଲୋକ ଙ୍କ ଭିତରେ ଏହି ଆନ୍ଦୋଳନ ଆଉ ସୀମିତ ନଥିବା ବେଳେ ବାଲିକୁଦା ପୂର୍ବତଟ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଏହି ଘଟଣା ର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଗତକାଲି ଟ୍ୱିଟ଼ କରି ନିବେଦନ କରିଥିବା ଜଣାପଡିଛି| ସେହିପରି ବ୍ଲକ୍ ଶିକ୍ଷା ବିଭାଗ ର ଏବିଓ ଅକ୍ଷୟ ରାଉତ ଓ ସିଆରସିସି ସାରଦା ପ୍ରସନ୍ନ ଓଝା ଉକ୍ତ କମଳ ଲୋଚନ ହାଇସ୍କୁଲ କୁ ଯାଇ ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି|

ସମ୍ପୃକ୍ତ ଶିକ୍ଷକ ବିଦ୍ୟାଳୟ ପରିସର ମଧ୍ୟରେ ଦିବାରାତ୍ର କାହା ଅନୁମତି ରେ ରହୁଥିଲେ ଓ ବିଦ୍ୟାଳୟ ପରିସର ମଧ୍ୟରେ କିଭଳି ଟିଉସନ କରୁଥିଲେ , ଶ୍ରୀତମ ଙ୍କ ମୃତ୍ୟୁ ଘଟିବା ଦିନ ସେ ବିଦ୍ୟାଳୟ ରେ ଥାଇ ମଧ୍ୟ କଣ ପାଇଁ ମେଡିକାଲ ଗଲେନି ଓ ଶ୍ରୀତମ ଙ୍କ ପରିବାର କୁ ଖବର ଦେଲେନାହିଁ , ଶ୍ରୀତମ ଙ୍କୁ ମେଡିକାଲ ନେଇଥିବା ଜୈନିକ ଯୁବକ ବିଦ୍ୟାଳୟ ପରିସର ମଧ୍ୟରେ ସକାଳୁ କଣ କରୁଥିଲେ ଓ ଶ୍ରୀତମ ଙ୍କୁ ନେଇ ମେଡିକାଲ ରେ ଚିକିସ୍ଥା କରିବା ପରିବର୍ତେ ଅଧା ରାସ୍ତା ରୁ ଛାଡି ପଳାୟନ କଲେ କାହିଁକି ?

ଏବେ ଏହି ସବୁ ଘଟଣା ର ଖିଅ ସମସ୍ତେ ଖୋଜୁଥିବା ବେଳେ ଦିନକୁ ଦିନ ଆହୁରି ରୋଚକ ତଥ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି ଜ୍ଝବିଭିନ୍ନ ଘଟଣା ପ୍ରବାହ କୁ ଦେଖିଲେ ଶ୍ରୀତମ ଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ସମସ୍ତେ ସନ୍ଦେହ କରୁଥିବା ବେଳେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି|

Leave A Reply

Your email address will not be published.

11 − 2 =