ଚିତରଞ୍ଜନ ମୃତ୍ୟୁ ମାମଲା:କିଏ ସେହି ରହସ୍ୟମୟୀ ଯୁବତୀ

ଭୁବନେଶ୍ୱର(ରାଜ୍ୟକାହାଣୀ)ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତରଞ୍ଜନ ପଲେଇଙ୍କ ମୃତ୍ୟୁ ମମମଲାରେ ଏବେ ନୂଆ ରହସ୍ୟ ପଦାକୁ ଆସିଛି । ମୃତ୍ୟୁର କାରଣ ଖୋଜୁଥିବା କ୍ରାଇମବ୍ରାଂଚ ଟିମ୍ ଦାୟୀତ୍ୱ ନେବା ପରେ ସଞ୍ଜୟଙ୍କ ପିଏସଓ ସମେତ ୫ଜଣଙ୍କ ପଚରାଉଚୁରା କରୁଛି। ସେପଟେ ଏହି ମାମଲାରେ ଜଣେ ଯୁବତୀଙ୍କୁ ମଧ୍ୟ ପଚରାଉଚୁରା କରିଛି ତଦନ୍ତକାରୀ ଟିମ୍ । ତେବେ ଏହି ମୃତ୍ୟୁ ମାମଲାରେ ଯୁବତୀଙ୍କ ଭୂମିକା କଅଣ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଚିତରଞ୍ଜନଙ୍କ ମୃତ ଦେହ ମିଳିଥିବା ସ୍ଥାନଠାରୁ ୨ କିମି ଦୂରରେ ରହୁଥିବା ଜଣେ ଯୁବତୀ ଓ ତାଙ୍କ ମାଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଂଚ । ଯୁବତୀ ଜଣଙ୍କ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ଷଡଙ୍ଗୀଙ୍କ ସମ୍ପର୍କୀୟ । ସୂଚନା ଅନୁସାରେ ଏଗାର ତାରିଖ ରାତି ପ୍ରାୟ ଗୋଟାଏ ବେଳେ ଜଗା ନିଜ ମଟରସାଇକେଲରେ ଚିତରଞ୍ଜନଙ୍କୁ ନେଇ ଯୁବତୀଙ୍କ ଘରକୁ ଯାଇଥିଲା ।

ଅନ୍ୟପଟେ ସଞ୍ଜୟଙ୍କ ପିଏସଓ ସର୍ବେଶ୍ୱର ଜେନା ମଧ୍ୟ ସନ୍ଦେହ ଘେରରେ ଅଛନ୍ତି। ପ୍ରଥମେ ପୋଲିସ ଏବେ ବାସେଳିସାହି ଥାନାରେ ଜେରା କରୁଛନ୍ତି କ୍ରାଇମବ୍ରାଂଚ ଟିମ୍ । ୧୧ ତାରିଖ ରାତିରେ ସେ କେଉଁଠି ଥିଲେ? ସେ କେତେବେଳେ ଚିତରଞ୍ଜନଙ୍କ ସହ କଥା ହୋଇଥିଲେ? ଏଥିସହ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ଷଡଙ୍ଗୀ ଓ ଅନ୍ୟ ୪ଜଣଙ୍କୁ ଚାଲିଛି ମାରାଥନ ଜେରା। ସେସବୁର ଉତର ଖୋଜୁଛନ୍ତି ତଦନ୍ତକାରୀ ଟିମ୍।

ଚିତରଞ୍ଜନଙ୍କ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମବ୍ରାଂଚ ଟିମ୍ କୁହାଯାଉଥିବା ଦୁର୍ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଗ୍ରାମାବାସୀଙ୍କୁ ପଚରାଉଚୁରା କରିବା ସହ ଚିତରଞ୍ଜନଙ୍କ ପରିବାର ଲୋକଙ୍କୁ ଭେଟି ବୟାନ ରେକର୍ଡ କରିଛନ୍ତି ।

Leave A Reply

Your email address will not be published.

twenty − four =