ଭୁବନେଶ୍ୱରରେ ହୋଇଛି ଝରାଫୁଲର ମୃତ୍ୟୁ !

ଭୁବନେଶ୍ୱର:(ରାଜ୍ୟକାହାଣୀ) ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶକୁ କୋର୍ଟଚାଲାଣ କରିଛି କୁଆଖିଆ ଥାନା ପୋଲିସ । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି । ଅଭିଯୁକ୍ତକୁ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ ।
ଝରାଫୁଲ ମୃତ୍ୟୁ ମାମଲାରେ ଗତକାଲି ପୋଲିସ ରାକେଶକୁ ଗିରଫ ପରେ ଅଭିଯୁକ୍ତକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ । ଅଭିଯୁକ୍ତର ବୟାନକୁ ଭିତ୍ତି କରି ଯାଜପୁର ପୋଲିସ ଝରାଫୁଲର ମୃତ୍ୟୁ ଭୁବନେଶ୍ୱରରେ ହୋଇଥିବା କହିଥିଲା । ଅଭିଯୁକ୍ତ ରମେଶ କହିଛି ଯେ ଝରାଫୁଲର ମୃତ୍ୟୁ ଫୁଡ ପଏଜନରୁ ହୋଇଛି । ତେବେ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.