ଜେଲରୁ ବାହାରିଲେ ପୁଞ୍ଜିଲାଲ : ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ

ବଲାଙ୍ଗୀର(ରାଜ୍ୟକାହାଣୀ) : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଶୁକ୍ରବାର ଜେଲରୁ ବାହାରିଛନ୍ତି । ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ଲାଗି ହାଇକୋର୍ଟ ତାଙ୍କୁ ୪ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହା ପରେ ଶୁକ୍ରବାର ସେ ଜେଲରୁ ବାହାରି ନିଜ ଘରକୁ ଯାଇଛନ୍ତି । ଏହା ପୂର୍ବରୁ ଗତ ୧୨ ତାରିଖରେ ପୁଞ୍ଜିଲାଲଙ୍କୁ ଦିନିକିଆ ପାରୋଲ ମିଳିଥିଲା । ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ଲାଗି ତାଙ୍କୁ ଦିନକ ପାଇଁ ପୁଲିସ ହେପାଜତରେ ଜେଲରୁ ବାହାରକୁ ନିଆଯାଇଥିଲା । ବର୍ତ୍ତମାନ ଅନ୍ତରୀଣ ଜାମିନ ମିଳିଥିବାବେଳେ ତାଙ୍କ ଉପରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯିବ । ସାଦା ପୋଷାକରେ ପୁଲିସ ନିୟୋଜିତ ରହିବେ । ଅନ୍ୟପଟେ ଘଟଣାର ଅଭିଯୋଗକାରୀ ରବୀନ୍ଦ୍ର ସାହୁଙ୍କ ପରିବାରକୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.