ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡ଼କାୟତି : ଲୁଟି ନେଲେ ୩୦ ଭରି ସୁନା ୪୦ ହଜାର ଟଙ୍କା

ବଲାଙ୍ଗୀର(ରାଜ୍ୟକାହାଣୀ) : ବଲାଙ୍ଗୀର ବ୍ଲକର କୁଡ଼ାସିଙ୍ଗା ଗାଁର ଜଣେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡ଼କାୟତି ହୋଇଛି। ଉଜ୍ଜ୍ୱଳ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକଟଙ୍କାର ସୁନଗହଣା ସହ ଟଙ୍କା ଲୁଟ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି । ଲୁଟେରାମାନେ ୩୦ ଭରି ସୁନା , ୪୦ ହଜାର ଟଙ୍କା ଲୁଟ କରିଥିବା ଜଣାପଡ଼ିଛି। ଖବର ପାଇ ବିଳମ୍ବିତ ରାତିରେ ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶୁକ୍ରବାର ସକାଳେ ବଲାଙ୍ଗୀର ଏସଡ଼ିପିଓ, ଡ଼ଗ ସ୍କ୍ୱାର୍ଡ଼, ସାଇଣ୍ଟିଫିକ ଟିମ ପହଞ୍ଚିଛନ୍ତି । ଏହାସହ ଉଜ୍ଜ୍ୱଳଙ୍କ ଘର ସମ୍ମୁଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, ପ୍ରାୟ ୧୩ ଜଣ ଦୁର୍ବୃତ୍ତ ଗୁରୁବାର ରାତି ପ୍ରାୟ ୧୧ଟା ୩୦ରେ ଉଜ୍ଜଳଙ୍କ ଘର ଭିତରକୁ ବିଭିନ୍ନ ମାରଣାସ୍ତ୍ର, ଠେଙ୍ଗା, ପିସ୍ତଲ ଆଦି ଧରି ପ୍ରବେଶ କରିଥିଲେ । ଉଜ୍ଜଳଙ୍କ ସହ ତାଙ୍କର ପରିବାରର ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ କିଛି ଦୁର୍ବୃତ୍ତ ଗାଁର ଅନ୍ୟ ଲୋକଙ୍କ ଘର ସମ୍ମୁଖରେ ଜଗି ରହି ସେମାନଙ୍କୁ ଭୟଭୀତ କରାଇଥିଲେ, ଯେପରି ସେମାନେ ଉଜ୍ଜ୍ୱଳଙ୍କ ପରିବାରକୁ ସାହାଯ୍ୟ ନକରିପାରିବେ ।

Leave A Reply

Your email address will not be published.