ନୂଆ ମୋବାଇଲ app ଲଞ୍ଚ କଲା sbi

ନୂଆଦିଲ୍ଲୀ(ରାଜ୍ୟ କାହାଣୀ) ନୂଆ ସହାୟତା ଆପ୍ ଲଞ୍ଚ କଲା ଏସବିଆଇ। ଯାହାର ନାମ ରଖିଛନ୍ତି ‘SBI Quick’ । ଗ୍ରାହକ କେବଳ ଏସଏମଏସ ଅଥବା ମିସ୍ଡ କଲ ମାଧ୍ୟମରେ ଏହାର ସୁବିଧା ପାଇପାରିବେ।

ଏହି ସୁବିଧା ଦ୍ୱାରା ଗ୍ରାହକମାନେ ନିଜ ଆକାଉଣ୍ଟ ସମ୍ପର୍କିତ ବିଭିନ୍ନ ସେବା ଯେପରିକି ବାଲାନ୍ସ, ମିନି ଷ୍ଟେଟମେଣ୍ଟ, ଚେକ ବୁକ୍ ପାଇଁ ଆବେଦନ, ଗତ ୬ମାସର ଆକାଉଣ୍ଟ ବାଲାନ୍ସ ବା ଆକାଉଣ୍ଟ ଷ୍ଟେଟମେଣ୍ଟ, ଗୃହ ଋଣ ଓ ଶିକ୍ଷା ଋଣ ବିଷୟରେ ତଥ୍ୟ ପାଇପାରିବେ। ଏସ୍ବିଆଇର ଏହି ଆପ୍ରେ କିଛି ନୂଆ ଫିଚର୍ସ ସଂଯୋଗ କରିଛି, ଯେପରି ବ୍ୟାଙ୍କ କ୍ୟାଲେଣ୍ଡର । ଏଥିରେ ଗ୍ରାହକମାନେ ନିଜ ନିଜ ରାଜ୍ୟର ବ୍ୟାଙ୍କର ଛୁଟି ସମ୍ପର୍କରେ ଜାଣିପାରିବେ । ଦେଶର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସର୍କଲର ଛୁଟି ତାଲିକା ଏଥିରେ ରହିଛି । ଗତକିଛି ଦିନ ତଳେ ଏସବିଆଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏବିଷୟରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.