SIR ଅଭିଯାନ ଦ୍ବାରା ୩୭ ବର୍ଷ ଧରି ହଜିଯାଇଥିବା ପୁଅକୁ ଫେରିପାଇଲେ ପରିବାର ଲୋକେ

ପଶ୍ଚିମବଙ୍ଗର ପୁରୁଲିଆରେ ଏକ ପରିବାର ଅପ୍ରତ୍ୟାଶିତ ଭାବରେ ସେମାନଙ୍କର ଦୀର୍ଘଦିନର ହଜିଯାଇଥିବା ପୁଅକୁ ଫେରି ପାଇଛନ୍ତି। SIR ଅଭିଯାନ ଦ୍ବାରା ଏହି ପୁର୍ନମିଳନ ସମ୍ଭବପର ହୋଇଥିଲା। ହଜିଲା ପୁଅକୁ ଫେରିପାଇ ବହୁତ ଖୁସି ଅଛନ୍ତି ପରିବାର ଲୋକେ।ପଶ୍ଚିମବଙ୍ଗ ପୁରୁଲିଆର ଗୋବୋରଣ୍ଡା ଗାଁର ଚକ୍ରବର୍ତ୍ତୀ ପରିବାର ୩୭ ବର୍ଷ ଧରି ବିଶ୍ୱାସ କରି ଆସୁଥିଲେ ଯେ, ସେମାନେ ସେମାନଙ୍କର ବଡ଼ ପୁଅକୁ ସବୁଦିନ ପାଇଁ ହରାଇ ଦେଇଛନ୍ତି।ପରିବାର ଶେଷରେ ବିବେକଙ୍କୁ ଖୋଜିବା ବନ୍ଦ କରିଦେଲା। କିନ୍ତୁ ଗୋଟିଏ ଫୋନ୍ କଲ୍ ସବୁକିଛି ବଦଳାଇ ଦେଲା। ଏମିତି ହେଲା ଯେ ବିବେକଙ୍କ ସାନ ଭାଇ ପ୍ରଦୀପ ଚକ୍ରବର୍ତ୍ତୀ ତାଙ୍କ ଅଞ୍ଚଳରେ ବୁଥ୍ ଲେଭଲ୍ ଅଫିସର (BLO) ଥିଲେ। ତାଙ୍କ ନାମ ଏବଂ ଫୋନ୍ ନମ୍ବର SIR ଫର୍ମରେ ଛପାଯାଇଥିଲା। ସମଗ୍ର ଅଞ୍ଚଳରେ SIR ଫର୍ମ ବଣ୍ଟନ କରାଯାଇଥିଲା। ଅନ୍ୟପଟେ ବିବେକଙ୍କ ପୁଅ କୋଲକାତାରେ ରୁହନ୍ତି। ସେ ଡକ୍ୟୁମେଣ୍ଟେସନ୍‌ର ସାହାଯ୍ୟ ପାଇଁ BLOଙ୍କୁ ଫୋନ୍ କରିଥିଲେ। ସେ BLO ପ୍ରଦୀପ ଚକ୍ରବର୍ତ୍ତୀଙ୍କ ସହ କୌଣସି ସମ୍ପର୍କ ବିଷୟରେ ଅଜ୍ଞ ଥିଲେ। ସେ ଜାଣି ନଥିଲେ ଯେ ସେ ଯେଉଁ BLOଙ୍କ ସହ କଥା ହେଉଥିଲେ ସେ ତାଙ୍କ କକା।

ଉଭୟଙ୍କ ମଧ୍ୟରେ ଡକ୍ୟୁମେଣ୍ଟ ବିଷୟରେ ଆଲୋଚନା ହେଲା। ଧୀରେ ଧୀରେ ସେମାନେ ପରସ୍ପର ସମ୍ପର୍କରେ ଜାଣିବାକୁ ଲାଗିଲେ। ଆଉ ଉଭୟଙ୍କ ସମ୍ପର୍କର ସୂତ୍ର ଧୀରେ ଧୀରେ ଖୋଲିବାକୁ ଲାଗିଲା। ଯେତେବେଳେ ଉଭୟଙ୍କ ଆଲୋଚନା ପାରିବାରିକ ଇତିହାସ ଆଡ଼କୁ ଗଲା, ସେହି ସମୟରେ ସବୁକିଛି ସ୍ପଷ୍ଟ ହୋଇଗଲା। ସେମାନେ ଆଲୋଚନା କରୁଥିବା ବେଳେ BLO ପ୍ରଦୀପ ତାଙ୍କୁ ତାଙ୍କ ବଡ଼ ଭାଇ ବିବେକଙ୍କ ବିଷୟରେ କହିଲେ, ଯିଏ ୧୯୮୮ ମସିହାରେ ଘରୁ ନିଖୋଜ ହୋଇଯାଇଥିଲେ। ପ୍ରଦୀପ ତାଙ୍କ ଭାଇ ପୁଅଙ୍କ ସହ ପରିବାର ସମ୍ପର୍କରେ ଅଧିକରୁ ଅଧିକ ପଚାରିବାକୁ ଲାଗିଲେ। ଧିରେ ଧିରେ ପ୍ରଦୀପ ସ୍ପଷ୍ଟ ହେଲେ ଯେ ସେ ତାଙ୍କର ହଜିଯାଇଥିବା ବଡ଼ ଭାଇଙ୍କ ପୁଅ ସହ ଫୋନରେ କଥା ହେଉଛନ୍ତି। ଆଉ ତାପରେ ଉଭୟଙ୍କ ଭିତରେ ପରିଚୟ ଆଦାନ ପ୍ରଦାନ ହେଲା। ଆଉ ବିବେକଙ୍କୁ ପରିବାର ଲୋକେ ଦୀର୍ଘପରେ ହଜିଯାଇଥିବା ପୁଅର ସନ୍ଧାନ ପାଇଲେ।

You might also like