୨ଟି ଫିଲ୍ମ କରି ନିଜକୁ ସୁପରଷ୍ଟାର୍ ଭାବନ୍ତୁନି’…ୟଙ୍ଗ୍ ଆକ୍ଟ୍ରେସ୍ଙ୍କୁ ଅମିଷାଙ୍କ ଟାର୍ଗେଟ୍
ଅମିଷା ପଟେଲଙ୍କର ଏକ ବୟାନକୁ ନେଇ ଆଲୋଚନାର ଶିଖରରେ। ଅମିଷା ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନୂଆ ଅଭିନେତ୍ରୀ ଏବଂ ବଲିଉଡର ‘ନକଲି ପିଆର ଗେମ୍’କୁ ଟାର୍ଗେଟ କରିଛନ୍ତି। ଅମିଷା ପଟେଲ ଶନିବାର ସକାଳେ ଏହି ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସେହି ନୂଆ ଅଭିନେତ୍ରୀମାନଙ୍କୁ ଟାର୍ଗେଟ କରିଛନ୍ତି ଯେଉଁମାନେ ନିଜକୁ ‘ସୁପରଷ୍ଟାର’ ଏବଂ ‘ନମ୍ବର ୧’ ବୋଲି କହିବାକୁ ପସନ୍ଦ କରନ୍ତି ଯଦିଓ ସେମାନେ ଇଣ୍ଡଷ୍ଟ୍ରିରେ ଅଧିକ ସମୟ ବିତାଇ ନାହାଁନ୍ତି। ଅମିଷା ତାଙ୍କ ପୋଷ୍ଟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଅଧିକାଂଶ ଅଭିନେତ୍ରୀ ନକଲି ପିଆର ମାଧ୍ୟମରେ ଏହି ଟ୍ୟାଗ୍ ହାସଲ କରିଛନ୍ତି, ଯଦିଓ ସେମାନଙ୍କ ନାମରେ କୌଣସି ବଡ଼ ବ୍ଲକବଷ୍ଟର ନାହିଁ।ଅମିଷାଙ୍କ ଅଭିନୀତ ‘ଗଦର-୩’ ଖୁବ୍ଶୀଘ୍ର ପରଦାକୁ ଆସିବ। ଏହାର ସ୍କ୍ରିପ୍ଟ ଆହୁରି ବିସ୍ଫୋରକ ହେବ ବୋଲି କହିଛନ୍ତି ଅମିଷା। ଅମିଶାଙ୍କୁ ଶେଷ ଥର ପାଇଁ ୨୦୨୩ରେ ମୁକ୍ତିଲାଭ କରିଥିବା ଗଦର ୨ରେ ଦେଖିବାକୁ ମିଳିଥିଲା।