୧୯ରେ ମାଟ୍ରିକ ସଂଶୋଧିତ ଫଳ

୧୯ରେ ମାଟ୍ରିକ ସଂଶୋଧିତ ଫଳ ପ୍ରକାଶ ହେବ | ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳ ମୂଲ୍ୟାୟନର ପୁନଃ ଯାଞ୍ଚ୍ ବା ରିଚେକିଂ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି।ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ପୁନଃ ଯାଞ୍ଚ୍ ଲାଗି ଆବେଦନ କରିଥିଲେ । ଜଣେ ଲେଖାଏ ଏକାଧିକ ବିଷୟର ଖାତା ଯଞ୍ଚ୍ ପାଇଁ ଆବେଦନ କରିଥିଲେ। ଆବେଦନ ଅନୁସାରେ ୯ ହଜାରରୁ ଅଧିକ ଖାତା ଚେକିଂ ଆଡିସନ୍ ପାଇଁ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷକମାନେ ପୁନଃ ଯାଞ୍ଚ୍ କରିଥିଲେ । ଏଥିରେ ଅଧିକାଂଶ ପରୀକ୍ଷାର୍ଥୀଙ୍କର ମାର୍କ ବଢ଼ିଥିବା ଜଣାପଡିଛି । ନମ୍ବର ସଂଶୋଧନ କରାଯିବା ସହ ପୁନଃ ସାର୍ଟିଫିକେଟ୍ ପ୍ରସ୍ତୁତ କରଯିବ। +୨ ପଢିବା ପାଇଁ ଆବେଦନର ଶେଷ ତାରିଖ ହେଉଛି ଆସନ୍ତା ୩୦ ତାରିଖ। ଏହା ପୂର୍ବରୁ ଚେକିଂ, ଆଡିସନ୍ , ସଂଶୋଧିକ ଫଳ ପ୍ରକାଶ କରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି।

You might also like