୧୪୩ ଗୋଟି ROB ନିର୍ମାଣ ପାଇଁ ଯୋଜନା
ଭୁବନେଶ୍ଵର, (ରାଜ୍ୟ କାହାଣୀ)ରାଜ୍ୟରେ ୧୪୩ ଗୋଟି ROB ନିର୍ମାଣ ପାଇଁ ଯୋଜନା ରହିଅଛି । ତନ୍ମଧ୍ୟରୁ ୯୬ ଗୋଟି ପୂର୍ବତଟ ରେଳବିଭାଗ, ୯ ଗୋଟି ଦକ୍ଷିଣପୂର୍ବ ରେଳବିଭାଗ ଦ୍ବାରା ୧୦୦ ପ୍ରତିଶତ ରେଳ ଖର୍ଚ୍ଚରେ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅନୁମୋଦନ ପ୍ରାପ୍ତ ହୋଇଅଛି । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଏକ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଅବଶିଷ୍ଟ ୩୮ ଗୋଟି ROB ମଧ୍ୟରୁ, ୩୨ ଗୋଟି ROB (୫୦:୫୦) ଅନୁପାତରେ ଉଭୟ ରେଳ ଓ ରାଜ୍ୟ ସରକାରଙ୍କ ଦ୍ବାରା ନିଷ୍ପାଦନ କରାଯିବ । ସେହିପରି ୬ ଗୋଟି ROB ର ସେତୁ ବନ୍ଧନ ଯୋଜନାରେ କାର୍ଯ୍ୟ ସମ୍ପାଦନ କରିବାର ଯୋଜନା ରହିଛି । ଅପରପକ୍ଷେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ ଯଥା ବଲାଙ୍ଗୀର,ବାଲେଶ୍ବର, କଟକ,ଗଞ୍ଜାମ, ଝାରସୁଗୁଡା, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ କେନ୍ଦୁଝର ରେ ରିଙ୍ଗ ରୋଡ଼ ନିର୍ମାଣ କାର୍ଯ୍ୟ ଚାଲୁଅଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।