୧୦ ବର୍ଷରେ ଗୁଟଖା ନେଲାଣି ୩୧୫୭ ଜଣଙ୍କ ଜୀବନ – ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଗୁଟଖା ଓ ତମାଖୁ ସେବନ କର୍କଟ ସୃଷ୍ଟି କରି ଦ୍ରୁତ ଗତିରେ ଜୀବନ ନଷ୍ଟ କରୁଛି । ଏଥିରେ ଥିବା ବିଷାକ୍ତ ନିକୋଟିନ ଓ ରାସାୟନିକ ପଦାର୍ଥ ମୁଖ, ଗଳା ଓ ଫୁସଫୁସ କର୍କଟର ମୁଖ୍ୟ କାରଣ । ଓଡ଼ିଶାରେ ଏହାର କୁପ୍ରଭାବ ଯୁବପୀଢ଼ିଙ୍କୁ ଅଧିକ ଗ୍ରାସ କରୁଥିବାରୁ ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଦ୍ଭା ହୋଇଛି ।ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି।

୧୦ ବର୍ଷ ମଧ୍ୟରେ ମୁଖ କ୍ୟାନ୍ସରରେ ୩ ହଜାର ୧୫୭ଜଣଙ୍କ ଜୀବନ ଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ସରକାର ଧୂମହୀନ ତମାଖୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୧ ଜାନୁଆରୀରୁ ନିର୍ଦ୍ଦେଶନାମା ପରେ ଚଢ଼ାଉକୁ ଜୋରଦାର କରାଯାଇଥିବା ସେ କହିଛନ୍ତି।ଗୁଟଖା ଏବଂ ତମାଖୁ ଜନିତ ପଦାର୍ଥର ନିୟନ୍ତ୍ରଣ କରିବା ପାଇଁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟ ନିୟନ୍ତ୍ରଣ ଅଧିନିୟମ, ୨୦୦୩ ଦ୍ବାରା ସର୍ବସାଧାରଣ ଧୂମପାନ ଏବଂ ୧୮ ବର୍ଷରୁ କମ ବୟସର ବ୍ୟକ୍ତି ଏବଂ ଶିକ୍ଷା ଅନିଷ୍ଠାନର ୧୦୦ ଗଜ ଦୂରତା ମଧ୍ୟରେ ତମାଖୁ ବିକ୍ରୟକୁ ବାରଣ କରାଯାଇଛି ।

You might also like