ସିଏ ପରୀକ୍ଷା ଟପ୍ପର ହେଲେ ପଞ୍ଜାବର ନୁର୍ ସିଙ୍ଗ୍ଲା
ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ ସିଏ ଫାଇନାଲ୍ ମେ ପରୀକ୍ଷା ୨୦୨୬ ରେଜଲ୍ଟ ଘୋଷଣା କରିଛି । ଆଇସିଏଆଇର ଅଫିସିଆଲ୍ ୱେବସାଇଟ୍ caresult.icai.orgରେ ରେଜଲ୍ଟ ଜାଣିପାରିବେ । ମେ ୨୦୨୬ ସେସନ୍ରେ ସାମିଲ ପରୀକ୍ଷାର୍ଥୀ ଏହି ୱେବସାଇଟ୍ରେ ନିଜ ରେଜଲ୍ଟ ଡାଉନଲୋଡ୍ କରିପାରିବେ । ପଞ୍ଜାବର ପଟିଆଲାର ନୁର୍ ସିଙ୍ଗଲା ସର୍ବ ଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନୁର୍ ମୋଟ ୬୦୦ ନମ୍ବରରୁ ୪୯୯ ନମ୍ବର ପାଇଛନ୍ତି, ଯାହାକି ୮୩.୧୭ ପ୍ରତିଶତ। ହାୱଡ଼ାର ରିତିଜ୍ ସରାଫ ୪୭୫ ନମ୍ବର (୭୯.୧୭ ପ୍ରତିଶତ) ରଖି ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ଓ ୪୭୩ ନମ୍ବର (୭୮.୮୩ ପ୍ରତିଶତ) ସହିତ ଡୋମ୍ବିଭଲି (ପୂର୍ବ)ର ସୋହନ ଅନିଲ ମାଞ୍ଜରେକର ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସିଏ ଫାଇନାଲ୍ ରେଜଲ୍ଟ ୨୦୨୬ କିପରି ଦେଖିବେ ?
- ପ୍ରଥମେ ICAIର ରେଜଲ୍ଟ ପୋର୍ଟାଲକୁ ଯାଆନ୍ତୁ
- ହୋମପେଜରେ ଥିବା “CA Final May 2026 Result” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
- ଆପଣଙ୍କର ପଞ୍ଜୀକରଣ ନମ୍ବର ଏବଂ ରୋଲ ନମ୍ବର ପ୍ରବେଶ କରନ୍ତୁ
- ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
- ଆପଣଙ୍କର ଫଳାଫଳ ଏବଂ ସ୍କୋରକାର୍ଡ ସ୍କ୍ରିନରେ ଦେଖାଯିବ
- ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ