ସରିଲା ନାମାଙ୍କନ ପତ୍ର ପ୍ରତ୍ୟାହାର ସମୟ, ମୈଦାନରେ ୫ ପ୍ରାର୍ଥୀ
ରାଜ୍ୟକାହାଣୀ ( ଭୁବନେଶ୍ୱର )ସରିଲା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା । କୌଣସି ପ୍ରାର୍ଥୀ କଲେନି ନାମାଙ୍କନ ପ୍ରତ୍ୟାହାର । ଫଳରେ ଏବେ ମଇଦାନରେ ରହିଛନ୍ତି ମୋଟ ୫ ପ୍ରାର୍ଥୀ। ବିଜେପିରୁ ମନମୋହନ ସାମଲ, ସୁଜିତ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ବର ହୋତା ଓ ବିଜେପି ସମର୍ଥନରେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନିତୀ ସରଗରମ। ତୃତୀୟ ଓ ଚତୁର୍ଥ ସିଟ୍ ଉପରେ ଶାସକ ଓ ବିରୋଧିଙ୍କ ନଜର। ଓଡ଼ିଶା ରାଜନିତୀ ଇତିହାସରେ ପ୍ରଥମ ଥର ପାଇଁ ମେଣ୍ଟ କରିଛନ୍ତି ବିଜେଡି ଓ କଂଗ୍ରେସ। ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଉଭୟ ଦଳ କମନ କ୍ୟାଣ୍ଡିଡେଟ କରିଛନ୍ତି। ତୃତୀୟ ଓ ଚତୁର୍ଥ ପ୍ରାର୍ଥିଙ୍କୁ ନେଇ ଶାସକ ବିରୋଧି ମୁହାଁମୁର୍ହି ହୋଇଛନ୍ତି।ଆସନ୍ତା ୧୬ ତାରିଖରେ ହେବ ରାଜ୍ୟସଭା ପାଇଁ ଭୋଟିଂ ।ସେପଟେ ଦିଲ୍ଲୀପ ରାୟଙ୍କୁ ଜିତିବା ପାଇଁ ୮ଟି ଭୋଟ୍ ଆବଶ୍ୟକତା ରହିଛି । ଦିଲ୍ଲୀପଙ୍କ ନଜରରେ ରହିଛି ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ନେତା ଏବଂ ବିଭିନ୍ନ ଦଳରେ ଥିବା ସମ୍ପର୍କୀୟଙ୍କ ଉପରେ । ଦିଲ୍ଲୀପ ଯୋଗାଯୋଗ ବି ଆରମ୍ଭ କରିଦେଇଛନ୍ତି । ବିଜେପି ମଧ୍ୟ ଦିଲ୍ଲୀପଙ୍କୁ ଜିତାଇବା ପାଇଁ ବିଭିନ୍ନ ରଣକୌଶଳ ଆରମ୍ଭ କରିଦେଇଛି । ଦିଲ୍ଲୀପଙ୍କ ସଂପର୍କୀୟ ଅରବିନ୍ଦ ମହାପାତ୍ରଙ୍କ ଭୋଟ୍ ମଧ୍ୟ ତାଙ୍କ ସପକ୍ଷକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ବିଜେଡି ବିଧାୟିକା ସୁବାସିନି ଜେନାଙ୍କ ମନ୍ତବ୍ୟ ଗୋଳମାଳିଆ ସୃଷ୍ଟି କରିଛି ।