ସରକାରୀ ଶିକ୍ଷକ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫ

ଭୁବନେଶ୍ୱର (ରାଜ୍ୟକାହାଣୀ )୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଚଢାଉ ବେଳେ ୩୩ କେଜି ଗଞ୍ଜେଇ ଜବତ ହୋଇଛି ।ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବରପାଇ ବରଗାଁ ନିକଟରେ ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ ଛକି ବସିଥିଲେ । ଏହି ସମୟରେ ଏକ କାର ଦ୍ରୁତ ଗତିରେ ଯାଉଥିଲାବେଳେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଅବକାରୀ ଟିମ୍ ।

ହେଲେ ଖସି ପଳାଇବାକୁ ଉଦ୍ୟମ ବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଏକ ବୋର୍ଡରେ ଧକ୍କା ହୋଇଥିଲା ଗାଡ଼ି । କାରରୁ ଓହ୍ଲାଇ ୩ ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ ଟିମ୍ ଅଭିଯୁକ୍ତଙ୍କୁ ଧରିଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇେ ଶିକ୍ଷକ ହେଲେ କିଶୋର କୁମ୍ଭାର ଓ ଜିତୁ ସାହୁ । ଦୁଇ ଅଭିଯୁକ୍ତଙ୍କ ସହ ଅନ୍ୟ ଅଭିଯୁକ୍ତ ସଞ୍ଜୟ ବାଗକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ସେମାନେ କଳାହାଣ୍ଡି ଏମ୍‌.ରାମପୁର ଥାନା ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। ପୋଲିସ ତଦନ୍ତ ବେଳେ କଳାହାଣ୍ଡିରୁ ବଲାଙ୍ଗୀର ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଛି।

You might also like