ସମ୍ବଲପୁରରେ ଛୁଆ ଚୋର ଭାବି ପ୍ରଚଣ୍ଡ ମାଡ଼, ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର (ରାଜ୍ୟକାହାଣୀ )ସମ୍ବଲପୁର ସହରରେ ଗୋଟିଏ ଦିନରେ ଦୁଇଟି ଭିଡ଼ ହିଂସାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ବଡ଼ବଜାରରେ ପିଲାଚୋର ସନ୍ଦେହରେ କେରଳର ପ୍ରବାସୀ ଶ୍ରମିକ ବିଷ୍ଣୁ କୈସ (୩୧)ଙ୍କୁ ଘେରିଯାଇ କିଛି ଲୋକ ଆକ୍ରମଣ କରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଏହି ଅଣଓଡ଼ିଆ ଯୁବକ ଲୋକଙ୍କ ଆକ୍ରୋଶରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପଚରା ଉଚରା ପରେ ବ୍ୟକ୍ତିଙ୍କ ପରିଚୟ ମିଳିଛି ବୋଲି ପୋଲିସ ସୂଚନା ଦେଇଛି l ବ୍ୟକ୍ତି ଜଣକ କେରଳି ଭାଷାରେ କଥା ହେଉଛନ୍ତି |ସେ ହୁଏତ କେରଳର ହୋଇ ପାରନ୍ତି l କାମ ଅନ୍ବେଷଣରେ ସେ ଏଠାକୁ ଆସିଥିଲେ ବୋଲି ପୋଲିସ ସୂଚନା ଦେଇଛି l ଯୁବକଙ୍କୁ ପିଲା ଚୋର ଭାବି ବଡ଼ବାଜାର ଧୂବାପଡ଼ା ଅଞ୍ଚଳର କିଛି ଲୋକ ତାଙ୍କୁ ଧରିପକେଇଥିଲେ l ତେବେ କଥା ହେଲା ବେଳକୁ ତାଙ୍କ ଭାଷା ନବୁଝିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୁଲ ବୁଝାମଣା ପରିସ୍ଥିତି ଉତ୍ପନ୍ନ ହୋଇଥିଲା l ତେବେ ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନାହିଁ l। ସେପଟେ ହୀରାକୁଦରେ ଠିକାକାମକୁ ନେଇ ଜଣେ ମହିଳା ଏବଂ ତାଙ୍କ ପୁଅ ସମେତ ୩ ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା।ଏହି ଘଟଣାକୁ ନେଇ ସେମାନେ ଏତେ ଭୟଭୀତ ଅଛନ୍ତି ଯେ ଏତଲା ମଧ୍ୟ ଦେଇନାହାନ୍ତି। ଉଭୟ ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ।

You might also like